Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଳଦିଆପଦର ଓଭର ବ୍ରିଜ ତଳ ଅଞ୍ଚଳକୁ ନୋ ପାର୍କିଂ ଜୋନ ଘୋଷଣା କଲା ପୁଲିସ।ଲାଗିଲା ପୋଷ୍ଟର।

ଗୋପାଳପୁର,୧୭/୦୭ ଜାତୀୟ ରାଜପଥ ନଂ ୧୬ ଅନ୍ତର୍ଗତ ହଳଦିଆପଦର ଠାରେ ଥିବା ଓଭର ବ୍ରିଜ ତଳେ ବେଆଇନ ଭାବେ ଟ୍ରକ ଗୁଡ଼ିକ ପାର୍କିଂ କରୁଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ଉପୁଜୁଥିବା ସହ ଛୋଟବଡ ଦୁର୍ଘଟଣା ଘଟୁଥିଲା। ଏହାକୁ ନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକଶନ ପରେ ପୁଲିସ ପକ୍ଷରୁ ପାର୍କିଂ ରେ ରହିଥିବା ଗାଡି ଗୁଡ଼ିକୁ ତାଗିଦ୍ କରାଯାଉଥିଲେ ମଧ୍ୟ ଏହାର କିଛି ଦିନ ପରେ ପୁଣି ଗାଡି ପାର୍କିଂ କରାଯାଉଥିଲା। ଏହାକୁ ନଜରରେ ରଖି ଆଜି ଗୋଳନ୍ଥରା ପୁଲିସ ପକ୍ଷରୁ ଉକ୍ତ ଅଞ୍ଚଳରେ ପୋଷ୍ଟର ଲଗାଇଥିବା ସହ ନୌ ପାର୍କିଂ ଜୋନ ଭାବେ ଏହାକୁ ଘୋଷଣା କରିବା ସହ ନିୟମ ଉଲ୍ଲଙ୍ଘନ କରିବା ଗାଡି ଠାରୁ ୨ ହଜାର ଟଙ୍କା ଫାଇନ ଆଦାୟ ନିଷ୍ପତ୍ତି ନିଆଯାଇଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ କିଛି ମାସ ତଳେ କନିଷି ଠାରେ ଥିବା କନିଷି ତହସିଲ ଅଫିସ କୁ ହଳଦିଆପଦର ଠାରେ ଥିବା ନୂତନ ବସଷ୍ଟାଣ୍ଡ ପରିସରକୁ ସ୍ଥାନାନ୍ତରିତ କରାଯାଇଛି। ଯାହାଫଳରେ ପ୍ରତିଦିନ ଆଖପାଖ ଅଞ୍ଚଳର ଶତାଧିକ ଲୋକ ନିଜର ବିଭିନ୍ନ କାମ ନେଇ ତହସିଲ କାର୍ଯ୍ୟାଳୟ ଯାଆସ କରିବା ସହ ମଦନମୋହନ ପୁର ଓ ହଳଦିଆପଦର ଅଟୋ ନଗର କୁ ଅନେକ ଗାଡି ମୋଟର ସହ‌ ଲୋକେ ଯାଆଆସ କରିଥାନ୍ତି। କିନ୍ତୁ ଓଭର ବ୍ରିଜ ତଳେ ଟ୍ରକ ସହ ବସ ଗୁଡ଼ିକ ପାର୍କିଂ କରୁଥିବାରୁ ରାସ୍ତା ସଙ୍କୁଚିତ ହେବା ସହ ଦୁର୍ଘଟଣା ର‌ କାରଣ ପାଲଟିଥିଲା।ଏହା ନେଇ ହଳଦିଆପଦର ପଞ୍ଚାୟତ ପକ୍ଷରୁ ମଧ୍ୟ ପୁଲିସ ଓ ପ୍ରଶାସନ କୁ ଏଥି ପ୍ରତି ଧ୍ୟାନ ଦେବାକୁ ଦାବି କରାଯାଇଥିଲା। ସୂଚନାଯୋଗ୍ୟ ଯେ ଉକ୍ତ ସ୍ଥାନରେ ଗୋଟିଏ ରାସ୍ତା କୁ ଜାତୀୟ ରାଜପଥ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଜବରଦଖଲ କରି ଆମ୍ବୁଲାନ୍ସ ସମେତ ଟ୍ରେନ ଆଦି ରଖାଯାଇଥିବାରୁ ମଧ୍ୟ ଅନେକ ସମୟରେ ଅସୁବିଧା ପରିଲକ୍ଷିତ ହୋଇଥାଏ। ଏଣୁ ଜାତୀୟ ରାଜପଥ କର୍ତୃପକ୍ଷ ନିଜର ଆମ୍ବୁଲାନ୍ସ ଓ କ୍ରେନ କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ମଧ୍ୟ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories