Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହୀରାକୁଦରେ ଏବିସିଡିର ତୃତୀୟ ଶାଖା

ସମ୍ବଲପୁର(ହୀରାକୁଦ):ହୀରାକୁଦର ରିକ୍ସା ପଡା ଠାରେ ବସ୍ତିବାସିନ୍ଦା ଛାତ୍ରଛାତ୍ରୀ ମାନକଙ୍କ ପାଇଁ ୧୦ ଟଙ୍କିଆ କୋଚିଙ୍ଗ ସେଣ୍ଟରର ଆଉ ଏକ ନୂତନ ଶାଖା ଆଜି ଆରମ୍ଭ କରାଯାଇଛି।ଶିକ୍ଷା ସଂଗଠକ ରାଜେନ୍ଦ୍ର ସତନାମୀଙ୍କ ଦ୍ୱାରା ପରିଚାଳିତ ଏବିସିଡି ଚାରେଟେବୁଲ ଟ୍ରଷ୍ଟର ତୃତୀୟ ଶାଖା ଆରମ୍ଭ କରାଯାଇଛି! ଏହା ଦ୍ୱାରା ବହୁ ବସ୍ତିବାସିନ୍ଧାଙ୍କ ଗରିବ ଛାତ୍ର ଛାତ୍ର ମାନେ ଉପକୃତ ହେଉଥିବା ଦେଖି ହୀରାକୁଦ ଠାରେ ଦୀପକ ବର୍ମା ଓ କାର୍ତିକ କଲେତଙ୍କ ଉଦ୍ୟମ ରେ ଏହି କେନ୍ଦ୍ର ଖୋଲା ଯାଇଛି! ଏଥିରେ ସର୍ବ ମୋଟ ୨୩ ଜଣ ଗରିବ ଛାତ୍ରଛାତ୍ରୀ ମାନେ ଉପକୃତ ହେଉଛନ୍ତି! ଏହି ଛାତ୍ରଛାତ୍ରୀ ମାନେ ପ୍ରଦିନ ସଂଧ୍ୟା ୫ ଟାରୁ ୬.୩୦ ପଯନ୍ତ ପାଠ ପଡିବେ! ଏହି ଅବସରରେ ଟ୍ରଷ୍ଟର ପ୍ରଧାନ ଶିକ୍ଷକ ସୁନୀଲ ସାଗର ଓ ମୁକେଶ ମେହେର ପୂଜା ଦାସ ସମେତ ବହୁ ଅଞ୍ଚଳବସାି ଉପସ୍ଥିତ ଥିଲେ ଓ ମୁଖ୍ୟ ଅଥିତି ଭାବେ ହିନ୍ଦାଲକୋର ବିଗନେଶ୍ୱର ପଣ୍ଡା ସାର ଉପସ୍ଥିତ ଥିଲେ।ଏଥିପାଇଁ ପିଲାଙ୍କ ଠାରୁ ମାସିକ ମାତ୍ର ୧୦ ଟଙ୍କା ରଖାଯାଇଥାଏ। ଛାତ୍ରଛାତ୍ରୀ ମାନେ ନିଜର ପକେଟ ମନିରୁ ନିଜ ପଢାରେ ଖର୍ଚ କରି ନିଯକୁ ନିଜେ ସ୍ୱାବଲମ୍ବୀ ଭାବିପାରିବେ। ଏହି ଶୁଭ ଅବସରେ ଛାତ୍ରଛାତ୍ରୀ ମାନଂକୁ ପଢା ସାମଗ୍ରୀ ବଣ୍ଟନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ