Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରପାଲି ଡାକ୍ତରଖାନା ଅବ୍ଯବସ୍ଥାକୁ ନେଇ ଜିଲ୍ଲାପାଲଙ୍କୁ ଅଭିଯୋଗ

ବରପାଲି: ବରପାଲି ଡାକ୍ତରଖାନାରେ ରୋଗି ସେବା କାର୍ଯ୍ଯରେ ବ୍ଯତିକ୍ରମ ଓ କାମଚଳା କାର୍ଯ୍ଯକଳାପକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାପାଲଙ୍କ ନିକଟରେ ଅଭିଯୋଗ ଅଣାଯିବା ସହିତ ସମାଧାନ ପାଇଁ ଦାବି ଉଠାଇଛି। ମଙ୍ଗଳବାର ପୁର୍ବାହ୍ନରେ ବରଗଡ ଜିଲ୍ଲାପାଲ ମନିଷା ବାନାର୍ଜିଙ୍କୁ ଯୁବ କଂଗ୍ରେସ ଜିଲ୍ଲା କାର୍ଯ୍ଯକାରୀ ସଭାପତି ଦାବିପତ୍ର ପ୍ରଦାନ ମାଧ୍ଯମରେ ଉପୁଜୁଥିବା ସମସ୍ଯା ଓ ବ୍ଯତିକ୍ରମ ସମ୍ପର୍କରେ ଜଣାଇଥିଲେ। ପ୍ରତିଦିନ ବରପାଲି ବ୍ଲକ ସହ ପଡୋଶି ବିଭିନ୍ନ ବ୍ଳକର ପିଡିତା ମାନେ ରୋଗ ଉପଶମ ଆଶାରେ ଦୂରଦୂରାନ୍ତରୁ ଆସୁଛନ୍ତି। ହେଲେ ଡାକ୍ତରଖାନାରେ ଡାକ୍ତର,ବିଶେଷଜ୍ଞ ତଥା ଷ୍ଟାଫନର୍ଷଙ୍କ ଅଭାବି ଲାଗିରହିଥିବା ଯୋଗୁ ସେବା କାର୍ଯ୍ଯରେ ବ୍ଯତିକ୍ରମ ଦେଖାଦେଉଛି। ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇ ଲୋକେ ବାଧ୍ଯ ହୋଇ ଘରୋଇ ଡାକ୍ତରଖାନା ଆଶ୍ରୟ ନେଉଛନ୍ତି। କେନ୍ଦ୍ରକୁ ଆସୁଥିବା ରୋଗୀ ଉପଯୁକ୍ତ ଚିକିତ୍ସା ସେବାରୁ ବଂଚୁତ ରହୁଥିବା ବେଳେ ଅନ୍ଯାନ୍ଯ ଅସୁବିଧାର ଶିକାର ହେଉଛି। ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ଯକାରୀ ସଭାପତି ଅଭିଷେକ ସେଠ ଶିଶୁ ବିଶେଷଜ୍ଞଙ୍କ ସହ ସ୍ଥାୟୀ ବିଜ୍ଞ ଅନ୍ଯ ବିଭାଗିୟ ଡ଼ାକ୍ତର ମାନଙ୍କ ନିଯୁକ୍ତି ତୁରନ୍ତ କରାଯାଉ ବୋଲି ଦାବୀ ଉଠାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ