Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜିଲ୍ଲା ରେଡକ୍ରସ ପକ୍ଷରୁ ୩ ଦିନିଆଁ ଫାଷ୍ଟଏଡ୍ ତାଲିମ

ସମ୍ବଲପୁର: ଜିଲ୍ଲା ରେଡକ୍ରସ ପକ୍ଷରୁ ଆଜି ଠାରୁ ୩ ଦିନିଆଁ ଫାଷ୍ଟ ଏଡ୍ ତାଲିମ ଆରମ୍ଭ ହୋଇଛି । ସ୍ଥାନୀୟ ଦେଲଇପଡା କଲ୍ୟାଣ ମଣ୍ଡପ ଠାରେ ଆରମ୍ଭ ହୋଇଥିବା ତାଲିମରେ ଜିଲ୍ଲା ରେଡକ୍ରସର ନବୀନ ଓ ପ୍ରବୀଣ ସାମାଜିକ ଦାୟିତ୍ୱ ବହନ କରୁଥିବା ରେଡକ୍ରସର ଆଜିବନ ସଦସ୍ୟ ମାନେ ତାଲିମ ଗ୍ରହଣ କରୁଛନ୍ତି। ଏଥିରେ ସୁମନ୍ତ ଦ୍ୱୀବେଦି ଓ ଲିଲାପୂଣ୍ୟ ତିର୍ଥ ସ୍ୱାଇଁ ତାଲିମ ପ୍ରଦାନ କରୁଛନ୍ତି । ଆରମ୍ଭରେ ରେଡକ୍ରସ ସଂପାଦକ ଜୟ ଜର୍ଜ ତାଲିମର ଉଦ୍ଦେଶ୍ଯ ଓ ଲକ୍ଷ ସଂପର୍କରେ କହିଥିଲେ । ଏହା ଆଗାମୀ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ।ସାଂପ୍ରତିକ ସମୟରେ ବିଭିନ୍ନ ଘଟଣା ଦୂର୍ଘଟଣା ପରେ ଡାକ୍ତର ଖାନାକୁ ନେବା ପୁର୍ବରୁ ଅନେକଙ୍କ ମୃତ୍ୟୁ ବରଣ ହେଉଥିବାରୁ ଜିଲ୍ଲାରେ ଫାଷ୍ଟ ଏଡ (ପ୍ରାଥମିକ ସହାୟତା) ତାଲିମ ବଡ ଗୁରୁତ୍ୱ ବହାନ କରୁଛି । ଏହକୁ ଜିଲ୍ଲା ରେଡକ୍ରସ ର କର୍ମକର୍ତ୍ତା ପରିଚାଳନା କରୁଛନ୍ତି। ଭାରତୀୟ ରେଡକ୍ରସ୍ ସୋସାଇଟି ରାଜ୍ୟ ଶାଖା ଏଥିରେ ସହାୟତା ପ୍ରଦାନ କରିଛନ୍ତି।