Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୃତ୍ୟୁର ଡାକରା ଦେଉଛି ବିଦ୍ୟୁତ ଖୁମ୍ବ

ସମ୍ବଲପୁର(ମାନେଶ୍ୱର):ସମ୍ବଲପୁର ଜିଲ୍ଲା ମାନେଶ୍ଵର ବ୍ଳକ ଅନ୍ତର୍ଗତ ସାହାସପୁର ଗ୍ରାମର ଜଗନ୍ନାଥ ମନ୍ଦିର ପଡ଼ା ଠାରେ ବିପଦଜନକ ଅବସ୍ଥାରେ ରହିଛି ଟାଟା ପାୱାରର ବିଦ୍ୟୁତ ଖୁମ୍ବ।ଦୀର୍ଘ ଦିନରୁ ଏଠାରେ ନୂଆଁ ଖୁମ୍ବ ଦେବାକୁ ଗ୍ରାମ ବାସୀ ଟାଟା ପାୱାରର ଅଫିସର ଙ୍କୁ ଜଣାଇଲେ ମଧ୍ୟ ଏହାର କିଛି ଫଳ ମିଳୁ ନାହିଁ l ଗ୍ରାମର ପ୍ରାୟ ଚାରି ରୁ ପାଞ୍ଚ ସହ ଜଣ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି ଓ ସ୍କୁଲ ପିଲା ଛୋଟ ଛୋଟ ପିଲାମାନେ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରିବା ସହ ପାଖରେ ଥିବା ନଳକୂଆ ମହିଳାଙ୍କ ଏକମାତ୍ର ଭରସା।କିନ୍ତୁ ବିପଦ ଅବସ୍ଥାରେ କେବଳ ଏହି ଖୁମ୍ବ ନାହିଁ ବରଂ ଖୁମ୍ବକୁ ସପୋର୍ଟ ଦେଇ ଏହାକୁ ଚଳାଇ ନେବାର ଯେଉଁ ମାନସିକତା ରହିଛି ତାହା ଆଗକୁ ବଡ ବିପଦ ହୋଇ ଠିଆ ହୋଇଛି।ହେଲେ ଏହା କାହା ନଜରରେ ନପଡିବା ଟିପିଓଡବ୍ଲୁଡିଏଲର ଅଦୂରଦର୍ଶୀତାର ପରିଚୟ ନୁହେଁତ ଆଉ କଣ ହୋଇାରେ ?

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ