Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗୋପାଳପୁର ଏନ ଏ ସି ଉପାଧକ୍ଷା ଙ୍କୁ ଆକ୍ରମଣ ସହ ହତ୍ୟା ଧମକ ନେଇ ଥାନାରେ ଅଭିଯୋଗ।

ଗୋପାଳପୁର,୨୦/୦୭ ଗୋପାଳପୁର ଏନ ଏ ସି ଉପାଧକ୍ଷା ଙ୍କୁ ଅଫିସ ପରିସରରେ ଗାଳିଗୁଲଜ କରିବା ସହ ସନ୍ଧ୍ୟା ର ଦୋକାନ ନିକଟରେ ଥିବା ବେଳେ ଆକ୍ରମଣ ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି।ଏହା ସହ ଉପାଧକ୍ଷା ସମେତ ତାଙ୍କ ସ୍ବାମୀ ଓ ଶାଶୁ ମିଶି ମାଡ଼ ମାରିଥିବା ନେଇ ଆଉ ଏକ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଅନୁଯାୟୀ ଉପାଧକ୍ଷା ଙ୍କ ମାଁ ଭି ବେଣୁ ଙ୍କ ଠାରେ ୨୦୧୬ ରେ ୮୦ ହଜାର ଟଙ୍କା ଗୋପାଳପୁର ନୂଆସାହି ର ବି ପାର୍ବତୀ ଧାର ନେଇଥିଲେ। ଧାର ଟଙ୍କା ରୁ ୩୦ ହଜାର ଟଙ୍କା ଫେରାଇ ଥିବା ବଳକା ଟଙ୍କା ଫେରାଇ ନଥିଲେ। ପାର୍ବତୀ ଙ୍କୁ ଟଙ୍କା ମାଗିଲେ ଦେବା ପରିବର୍ତ୍ତେ ନାନା ଧମକ ଚମକ ଦେଉଥିଲେ। ବୁଧବାର ଦିନ ଉପାଧକ୍ଷା ଉମା ଏନ ଏ ସି କାର୍ଯାଳୟ ରେ ଥିବା ସମୟରେ ପାର୍ବତୀ ସେଠାରେ ପହଞ୍ଚି ଉମାଙ୍କୁ ଗାଳିଗୁଲଜ କରିଥିଲେ। ଅନ୍ୟ ମାନେ ପ୍ରତିରୋଧ କରିବାରୁ ପାର୍ବତୀ ଫେରି ଯାଇଥିଲେ। କିନ୍ତୁ ସନ୍ଧ୍ୟା ସମୟରେ ଉମା ନିଜ ଦୋକାନ ସମ୍ମୁଖରେ ଠିଆ ହୋଇଥିବା ବେଳେ ପାର୍ବତୀ ପୁଣି ସେଠାରେ ପହଞ୍ଚି ତାଙ୍କୁ ମାଡମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୨୪୬/୨୩ ରେ ଏକ ମାମଲା ରୁଜୁ ତଦନ୍ତ କରୁଛି। ଅନ୍ୟ ପଟେ ପାର୍ବତୀ ଙ୍କ ପକ୍ଷରୁ ତାଙ୍କୁ ଉପାଧକ୍ଷା ଉମା ସମେତ ତାଙ୍କ ସ୍ବାମୀ ବି ତ୍ରିନାଥ ଓ ତାଙ୍କ ଶାଶୁ ବି ନୁକାମା ପ୍ରମୁଖ ରାସ୍ତା ରେ ତାଙ୍କୁ ଅଟକାଇ ଗାଳିଗୁଲଜ କରିବା ସହ ମାଡ଼ ମାରି ହତ୍ୟା ଧମକ ଦେଇଥିବା ନେଇ ଆଉ ଏକ ଅଭିଯୋଗ କରିଛନ୍ତି। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୨୪୫/୨୩ ରେ ଆଉ ଏକ ମାମଲା ରୁଜୁ ତଦନ୍ତ କରୁଥିବା ଜଣାପଡିଛି

More Stories