Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ ଓଡିଶା-ନବୀନ ଓଡିଶା ଯୋଜନାର ରୂପରେଖ ନେଇ ବୈଠକ। ଗାଁ, ଗାଁ ର ହେବ ବିକାଶ -ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ -ବିକ୍ରମ।

ଗୋପାଳପୁର,୨୦/୦୭, ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ ଟି ଜିଲ୍ଲା ପରିଷଦ ଜୋନର ୩୭ ପଞ୍ଚାୟତରଜ ”ଆମ ଓଡିଶା -ନବୀନ ଓଡିଶା ”ଯୋଜନାର ରୂପରେଖ ନେଇ ଏକ ପ୍ରସ୍ତୁତି ବୈଠକ ଖଜୁରୀଆ ସ୍ଥିତ ଚନ୍ଦ୍ରଚୁଡେଶ୍ୱର ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡି ସଭାପତି ଅଜିତ କୁମାର ଦାସ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ
ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରତି ପଞ୍ଚାୟତ ଗୁଡିକର ଉନ୍ନତି ପାଇଁ ୫୦ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ ନେଇ ଘୋଷଣା କରାଯାଇଛି, ଏହାକୁ ପଞ୍ଚାୟତ ରଜନ ପ୍ରତିନିଧୂ ମାନେ ନିଜ ନିଜ ପଞ୍ଚାୟତ ଉନ୍ନତି ପାଇଁ ଖର୍ଚ୍ଚ କରିବା ନେଇ ରୂପରେଖ ପ୍ରସ୍ତୁତ କରିବାକୁ ସରପଞ୍ଚ ମାନଙ୍କୁ କହିଥିଲେ। ଏଥି ସହ ବ୍ଲକର ପଞ୍ଚାୟତ ଗୁଡିକର ଭୂମିକା ନେଇ ଆମ ଓଡିଶା ନବୀନ ଓଡିଶା ରୂପରେଖ ଯୋଜନା ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା।ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଉପାଧକ୍ଷା ରାଜେଶ୍ବରୀ ଦୋରା, ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀ, ଉପାଧକ୍ଷା ଅନିତା ମହାଙ୍କୁଡ, ଜିଲ୍ଲା ପରିଷଦ ସଭ୍ୟ ଦିପକ ସାମନ୍ତ,ତପପଓଇ ଦାସ ,ଭାରତୀ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା କମଳା ରେଡ୍ଡୀ, ଶଶିଭୂଷଣ ମହାନ୍ତି,ଅଜୁ ନାୟକ ,ପ୍ରତାପ କୋଠିଆ ପ୍ରମୁଖ ମଞ୍ଚାସିନ ରହିଥିଲେ। ଏଥି ସହ ୩୭ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତର ସମସ୍ତ ୱାର୍ଡମେମ୍ବର, ନାଏବ ସରପଞ୍ଚ ଏବଂ ଗ୍ରାମବାସୀ ଉପସ୍ଥିତ ରହି ପଞ୍ଚାୟତର ଉନ୍ନତି ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories