Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସିଆ କପ ୨୦୨୩ର ଖେଳସୂଚୀକୁ ନେଇ ଖୁସି ନାହିଁ ଏହି ଦେଶ, ଜାହିର କଲା ନିଜର ବିବଶତା

ନୂଆଦିଲ୍ଲୀ: ବାଂଲାଦେଶ କ୍ରିକେଟ୍ ବୋର୍ଡ ଏସିଆ କପ୍ ୨୦୨୩ର ଖେଳସୂଚୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ନିକଟରେ ଏସିଆ କପର ୨୦୨୩ର ଖେଳସୂଚୀ ଜାରି ହୋଇଥିଲା। ଗୁରୁବାର ବିସିବି ସ୍ଵୀକାର କରିଛି ଯେ, ଦଳକୁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କରିବାକୁ ପଡ଼ିବ ଏବଂ ଏଥିରେ ଦଳର ପ୍ରଦର୍ଶନ ଉପରେ ପ୍ରଭାବ ପଡ଼ିବ। କାରଣ ଦଳକୁ କିଛି ଦିନ ଭିତରେ ଶ୍ରୀଲଙ୍କା ଯିବାକୁ ପଡ଼ିବ ଏବଂ ପୁଣି ପାକିସ୍ତାନରେ ଲିଗ୍ ମ୍ୟାଚ୍ ଖେଳିବାକୁ ପଡ଼ିବ। ଯଦି ଦଳ ଟପ୍ ୪କୁ କ୍ଵାଲିଫାଏ କରେ ତେବେ ବାଂଲାଦେଶକୁ ପାକିସ୍ତାନରେ ଆ ଗୋଟିଏ ମ୍ୟାଚ୍ ଖେଳିବାକୁ ପଡ଼ିବ।

ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମୋଡେଲରେ ଖେଳାଯିବ। ୪ଟି ମ୍ୟାଚ୍ ପାକିସ୍ତାନରେ ଖେଲାଯିବ ଏବଂ ଫାଇନାଲ୍ ସମେତ ଅବଶିଷ୍ଟ ୯ଟି ମ୍ୟାଚ୍ ଶ୍ରୀଲଙ୍କାରେ ଆୟୋଜିତ କରାଯିବ। ବାଂଲାଦେଶ ଦଳ ଗ୍ରୁପ ବିରେ ରହିଛି। ଅଗଷ୍ଟ ୩୧ରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବା ପରେ ସେପ୍ଟେମ୍ବର ୩ରେ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବା ପାଇଁ ବାଂଲାଦେଶକୁ ପାକିସ୍ତାନ ଗସ୍ତ କରିବାକୁ ପଡ଼ିବ।

ଏହା ପରେ ପୁଣି ଥରେ ଶ୍ରୀଲଙ୍କା ଆସି ୨ଟି ସୁପର ୪ ମ୍ୟାଚ୍ ଖେଳିବାକୁ ପଡ଼ିବ। ଏହି ପରି ଭାବେ ଦଳକୁ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାତ୍ରା କରିବା କଷ୍ଟକର ହେବ। ବୁଧବାର ବିସିବିର କ୍ରିକେଟ୍ ଅପରେସନ ଚେୟାରମ୍ୟାନ ଜଲାଲ ୟୁନିସ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଯାତ୍ରାକୁ ଆରାମଦାୟକ କରିବା ପାଇଁ ଚାର୍ଟର୍ଡ ବିମାନ ବୁକ୍ କରିବା ପାଇଁ ଏସିସି ନିଷ୍ପତ୍ତି ନେଇଛି। ତଥାପି ଏମିତି ଟ୍ରାଭେଲ ଦଳର ପ୍ରଦର୍ଶନ ଉପରେ ପଡ଼ିବ। କିନ୍ତୁ ଆମେ କଣ କରି ପାରିବୁ ବୋଲି ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ