Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାରେ ନିୟୁକ୍ତି ସୁଯୋଗ ବୃଦ୍ଧି ଏବଂ କୁଶଳୀ ପ୍ରତିଭାର ବିକାଶ ପାଇଁ ନିଷ୍ଟ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ଓଡ଼ିଶା ଅପ୍ସ୍କିଲିଂ ଆଣ୍ଡ୍ ପ୍ଲେସମେଣ୍ଟ୍ ପ୍ରୋଗ୍ରାମ୍ (ଓୟୁପିପି) କରିବା ପାଇଁ ହାତ ମିଳାଇଲେ।

ଗୋପାଳପୁର,୨୧/୦୭, ଓଡ଼ିଶାରେ ନିୟୁକ୍ତି ସୁଯୋଗ ବୃଦ୍ଧି ଏବଂ କୁଶଳୀ ପ୍ରତିଭାର ବିକାଶ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ନିଷ୍ଟ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ଓଡ଼ିଶା ଅପ୍ସ୍କିଲିଂ ଆଣ୍ଡ୍ ପ୍ଲେସମେଣ୍ଟ୍ ପ୍ରୋଗ୍ରାମ୍ (ଓୟୁପିପି) ଆରମ୍ଭ କରିବା ପାଇଁ ହାତ ମିଳାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଯୁବ ପ୍ରତିଭାମାନଙ୍କୁ ଅତ୍ୟାବଶ୍ୟକୀୟ ଦକ୍ଷତାରେ ସଜ୍ଜିତ କରିବା ଏବଂ ଅଗ୍ରଣୀ କମ୍ପାନୀରେ ସେମାନଙ୍କ ନିଯୁକ୍ତିକୁ ସୁରକ୍ଷିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ଟେକ୍ ମହିନ୍ଦ୍ରା ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସହିତ ମିଳିତ ଭାବେ ଓୟୁପିପି ଓଡ଼ିଶାର ଉଚ୍ଚାଭିଳାଷୀ ଛାତ୍ରଛାତ୍ରୀଙ୍କ ପାଇଁ ଆଶାର କିରଣ ସୃଷ୍ଟି କରିଛି। ଲିଖିତ ପରୀକ୍ଷା ଓ ସାକ୍ଷାତକାର ପାଇଁ ୧୦୦ରୁ ଅଧିକ ଉତ୍ସାହୀ ଛାତ୍ରଛାତ୍ରୀ ନାମ ପଞ୍ଜିକରଣ କରିଥିଲେ।ନିଷ୍ଟ ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ସୁକାନ୍ତ କେ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ବିଭାଗୀୟ ମୁଖ୍ୟ ( ନିୟୁକ୍ତି ଓ କ୍ୟାରିୟର ବିକାଶ) ଡା. ଭାନୁ ପି ବେହେରା, ଏବଂ ପ୍ଲେସମେଣ୍ଟ ଟିମର ସମର୍ପିତ ସମନ୍ୱୟ ଜଗନ ମୋହନ ମହାପାତ୍ର, ଅବିନାଶ ପାଣିଗ୍ରାହୀ, ପବିତ୍ର ମୋହନ, ଏବଂ ସାନ୍ତୋଷିନୀ, ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ଓୟୁପିପିର ମୂଳରେ ରହିଛି ଜୀବନ ପରିବର୍ତ୍ତନକାରୀ ସୁୟୋଗ ସହିତ ଏନ୍ଆଇଏସ୍ଟିରେ ମନୋନୀତ ୧୩ ଜଣ ଛାତ୍ରଛାତ୍ରୀଙ୍କୁ ‘ଜାଭା ଫୁଲ୍ ଷ୍ଟାକ୍’ ଏବଂ ‘ଡାଟା ଆନାଲିଟିକ୍ସ’ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳରେ ମାଗଣା ୬ ମାସିଆ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଟେକ୍ ମହିନ୍ଦ୍ରା ଏବଂ ଏହାର ସହଯୋଗୀ କମ୍ପାନୀମାନଙ୍କ ଭଳି ଉଦ୍ୟୋଗ ଜଗତ ସହିତ ସହଯୋଗ କରି ଏହି କାର୍ଯ୍ୟକ୍ରମ ରେ ମନୋନୀତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉତ୍ତମ ପ୍ଲାଟଫର୍ମ ଯୋଗାଇ ପାରିଛି । ଏହି ତାଲିମ ସଫଳତାର ସହ ଶେଷ ହେବା ପରେ ସେମାନଙ୍କୁ ସିଧାସଳଖ ଏହି କମ୍ପାନୀଗୁଡିକରେ ବିଦ୍ୟାର୍ଥୀ ଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories