Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଲ୍ଲିକୋଟ ଏନଏସି ରେ ୧୧ ତମ କାଉନ୍ସିଲ ବୈଠକ, ସହର ସୌନ୍ଦର୍ଯ୍ୟ କରଣ କୁ ଗୁରୁତ୍ୱ

ଖଲ୍ଲିକୋଟ–୨୯/୧୦ ଖଲ୍ଲିକୋଟ ଏନଏସି ର ୧୧ତମ କାଉନ୍ସିଲ ବୈଠକ ଆଜି ଏନଏସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏନଏସି ର ରାସ୍ତାଘାଟ, ପୋଖରୀ ସୌନ୍ଦର୍ଯ୍ୟ କରଣ, ସ୍ମଶାନ ଗୁଡିକର ଉନ୍ନତି କରଣ ଏବଂ ମୋଟାମୋଟି କହିବାକୁ ଗଲେ ଖଲ୍ଲିକୋଟ ଏନଏସି କୁ କେମିତି ଆକର୍ଷଣୀୟ କରାଯାଇ ପାରିବ ସେ ଦିଗରେ ବୈଠକରେ ଆଲୋଚନା କରାଯାଇଛି। ତେବେ ଖଲ୍ଲିକୋଟ ସହର ର ବିକାଶ ପାଇଁ ୪୯ ଗୋଟି ପ୍ରୋଜେକ୍ଟ ର ଏକ ତାଲିକା ପ୍ରସ୍ତୁତ କରାଯାଇଛି lଏଥିପାଇଁ ମୁକ୍ତା ଯୋଜନାରେ ୩ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି । ସହର ର ସମସ୍ତ ରାସ୍ତା ଘାଟ ,ଡ୍ରେନ ସମସ୍ୟା,କଲଭର୍ଟ, ପରିମଳ ବ୍ୟବସ୍ଥା ଓ ପୋଖରୀ ସୌନ୍ଦର୍ଯ୍ୟ କରଣ କରାଯିବ ।ସହର ର ନେଳିଆ ବନ୍ଧ, ଲାଞ୍ଜି ବନ୍ଧ, ନୂଆଁ ଘାଇ, ବର୍ଦ୍ଧନ ଘାଇ, ବ୍ରାହ୍ମଣୀ ଦେବୀ ବନ୍ଧ ସମେତ ସମସ୍ତ ପୁଷ୍କରିଣୀ ର ପଙ୍କଉଧାର କରିବା ସହ ସୌଦର୍ଯ୍ୟକରଣ କରାଯିବ l ଏହା ସହିତ ବହୁ ଦିନରୁ ଅବହେଳିତ ଅବସ୍ଥାରେ ଥିବା ବୃହତ ସାଗର ବନ୍ଧ ର ପଙ୍କ ଉଦ୍ଧାର କରାଯିବା ସହିତ ଏହାର ସୌନ୍ଦର୍ଯ୍ୟ କରଣ କରାଯିବ ।ଏଥିପାଇଁ ପ୍ରାୟ ଦେଢ଼ କୋଟି ଟଙ୍କାର ବ୍ୟୟ ବରାଦ ଅଟକଳ କରାଯାଇଛି ।ମର୍ଦ୍ଦରାଜ ପାର୍କ ସମ୍ମୁଖରେ ମୋ ଖଲ୍ଲିକୋଟ ସେଲଫି ପଏଣ୍ଟ ସ୍ଥାପନ କରାଯାଇଛି ।ଖଲ୍ଲିକୋଟ ବସଷ୍ଟାଣ୍ଡ ର ମଧ୍ୟ ସ୍ଥଳରେ କିମ୍ବଦନ୍ତୀ ପାଲଟି ଯାଇଥିବା ମାଗୁଣି ର ଶଗଡ଼ ପ୍ରତିଷ୍ଠା କରାଯାଇଛି।ସମସ୍ତ ଶ୍ମଶ|ନ ଗୁଡିକ ଆଧୁନୀକରଣ କରାଯିବା ସହ ଶବଦାହକ ମାନଙ୍କ ବିଶ୍ରାମ ପାଇଁ ଏକ ବିଶ୍ରାମାଗାର ପ୍ରତିଷ୍ଠା କରାଯିବ lଏସ ଏମ୍ ହାଇସ୍କୁଲ ସାମନାରେ ଏକ ଫୁଡ଼ କୋର୍ଟ ତଥା ସ୍ନାକ୍ସ ସେଣ୍ଟର ପ୍ରତିଷ୍ଠା କରାଯିବ ।ଏନଏସି ଅଧ୍ୟକ୍ଷ ଇଂ. ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ କାଉନସିଲର ଙ୍କ ସହ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ତହସିଲଦାର ରାଜକିଶୋର ପଟ୍ଟନାୟକ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories