Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟିମ୍ ଇଣ୍ଡିଆକୁ ଅଗଷ୍ଟରେ ମିଳିପାରେ ନୂତନ ଅଧିନାୟକ, ଶୀଘ୍ର ହୋଇପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ଦଳ ବର୍ତ୍ତମାନ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି। ଏହା ପରେ ୩ଟି ଦିନିକିଆ ଏବଂ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ। ଓ୍ଵେଷ୍ଟଇଣ୍ଡିଜ ଗସ୍ତ ପରେ ଟିମ୍ ଇଣ୍ଡିଆ ଆୟରଲାଣ୍ଡ ଗସ୍ତ କରି ତିନି ମ୍ୟାଚର ଟି-୨୦ ସିରିଜ୍ ଖେଳିବ। ଏହି ସିରିଜରେ ଭାରତୀୟ ଦଳକୁ ନୂତନ ଅଧିନାୟକ ମିଳିବ ବୋଲି ଆଶା କରାଯାଉଛି। କାରଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯିବ।

ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ ନାହିଁ। ଏମିତିରେ ଅଧିନାୟକ ପଦ କିଏ ସମ୍ଭାଳିବ ତାହା ବଡ଼ ପ୍ରଶ୍ନ। କାରଣ ଖୁବ୍ ଶୀଘ୍ର ଭାରତକୁ ଏସିଆ କପ୍ ଲାଗି ଶ୍ରୀଲଙ୍କା ଗସ୍ତ କରିବାକୁ ପଡ଼ିବ। ଭାରତର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୨ ତାରିଖରେ ପାକିସ୍ତାନ ବିପକ୍ଷରେ ରହିଛି। ଏହି କାରଣରୁ ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯିବ।

ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ସୂର୍ଯ୍ୟକୁମାର ଯାଦବଙ୍କୁ ଆୟରଲାଣ୍ଡ ବିପକ୍ଷ ସିରିଜରେ ଅଧିନାୟକ ଦାୟିତ୍ଵ ମିଳିପାରେ। ସେ ବର୍ତ୍ତମାନ ଟି-୨୦ ଦଳର ଉପ ଅଧିନାୟକ। ଯଦି ତାଙ୍କୁ ଅଧିନାୟକ କରାଯାଏ ତେବେ ଯଶପ୍ରୀତ ବୁମରାଙ୍କ ଉପ ଅଧିନାୟକ କରାଯାଇପାରେ। କାରଣ ବୁମରାଙ୍କୁ ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଦଳରେ ଚୟନ କରାଯାଇପାରେ। ସେ ଶତ ପ୍ରତିଶତ ଫିଟ୍ ହେବାର ନିକଟତର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ