Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆଁ ଫାସୁଳା ଜଙ୍ଗଲ ରୁ ଏନଏସି ସଫେଇ କର୍ମଚାରୀ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଖଲ୍ଲିକୋଟ–୨୨/୦୭–ଖଲ୍ଲିକୋଟ ଏନଏସି ର ଜଣେ ସଫେଇ କର୍ମଚାରୀ ସ୍ୱାଧୀନ ନାୟକ ଙ୍କ ଝୁଲନ୍ତା ମୃତଦେହ ଆଜି ନୂଆଁ ଫାସୁଳା ନିକଟସ୍ଥ ଜଙ୍ଗଲ ରୁ ଉଦ୍ଧାର କରାଯାଇଛି ।ସ୍ଥାନୀୟ ଲୋକେ ଗୋଟିଏ ମୃତଦେହ ଗଛରେ ଝୁଲୁଥିବା ଦେଖି ପୋଲିସ କୁ ଖବର ଦେଇଥିଲେ ।ଖବର ପାଇ ଖଲ୍ଲିକୋଟ ଥାନା ଏସ ଆଇ ପିଙ୍କନି ପଟ୍ଟନାୟକ, ଏ ଏସ ଆଇ ଅନୀଲ ଶବର ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରିଥିଲେ ।ମୃତ ସଫେଇ କର୍ମଚାରୀ ଖଲ୍ଲିକୋଟ ହରିଜନ ସାହି ର ସ୍ୱାଧୀନ ନାୟକ (୨୫)ଗତ ତିନି ଦିନ ଧରି ଘରକୁ ଫେରି ନ ଥିବା ପରିବାର ସୂତ୍ରରୁ ଜଣାପଡ଼ିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories