Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହମ୍ମଦ ସିରାଜଙ୍କ ଭବିଷ୍ୟତବାଣୀ, ପଞ୍ଚମ ଦିନରେ ଭାରତକୁ ବିଜୟୀ କରାଇବ ଏହି ଖେଳାଳି

ନୂଆଦିଲ୍ଲୀ: ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ପୋର୍ଟ ଅଫ ସ୍ପେନରେ ଖେଳା ଯାଉଛି। ମ୍ୟାଚର ପ୍ରଥମ ୪ ଦିନ ବୋଲରଙ୍କୁ ପିଚରୁ ଖାସ୍ ସହାୟତା ମିଳିନାହିଁ। ମାତ୍ର ମହମ୍ମଦ ସିରାଜ ମ୍ୟାଚର ଶେଷ ଦିନକୁ ନେଇ ବଡ଼ ଭବିଷ୍ୟତବାଣୀ କରିଛନ୍ତି। ଭାରତ ଓ୍ଵେଷ୍ଟଇଣ୍ଡିଜ ସମ୍ମୁଖରେ ୩୬୫ ରନର ବିଜୟ ଲକ୍ଷ୍ୟ ରଖିଛି। ଜବାବରେ ଓ୍ଵେଷ୍ଟଇଣ୍ଡିଜ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ୨ ଓ୍ଵିକେଟ୍ ହରାଇ ୭୬ ରନ କରିଛନ୍ତି। କ୍ରିଜରେ ତେଜନାରାୟଣ ଚନ୍ଦ୍ରପଲ ଏବଂ ଜରମେନ ବ୍ଲାକଉଡ ବ୍ୟାଟିଂ କରୁଛନ୍ତି। ପ୍ରଥମ ୨ଟି ଓ୍ଵିକେଟ୍ ରବିଚନ୍ଦ୍ରନ ଅଶ୍ଵିନ ନେଇଛନ୍ତି।

ମହମ୍ମଦ ସିରାଜ ମ୍ୟାଚର ଶେଷ ଦିନକୁ ନେଇ ଭବିଷ୍ୟତବାଣୀ କରିଛନ୍ତି। ସେ କହିଛନ୍ତି ରବିଚନ୍ଦ୍ରନ ଅଶ୍ଵିନ ଆଜି କ୍ୟାରବିଆଇ ବ୍ୟାଟିଂ ଲାଇନ ଅପକୁ ଧ୍ଵସ୍ତବିଧ୍ଵସ୍ତ କରି ଦେବେ। ପଞ୍ଚମ ଦିନରେ ଅଶ୍ଵିନ ଭାରତକୁ ଜିତାଇ ସିରିଜ ୨-୦ରେ ଜିତାଇବେ। ସେ କହିଛନ୍ତି ପିଚରେ ବଲ ଏବେ ଟର୍ଣ୍ଣ ହେଉଛି। ଦ୍ଵିତୀୟ ଇନିଂସରେ ଆକ୍ରମଣାତ୍ମକ ବ୍ୟାଟିଂ କରି ପ୍ରତିପକ୍ଷ ଦଳକୁ ବଡ଼ ବିଜୟ ଲକ୍ଷ୍ୟ ଦେବା ଆମର ରଣନୀତି ଥିଲା। ଭାରତୀୟ ବ୍ୟାଟର ଖାସ୍ କରି ଇଶାନ କିଷନ ୩୪ ବଲରୁ ୫୨ ରନ କରିଛନ୍ତି।

ସିରାଜ କହିଛନ୍ତି, ଇଶାନ କିଷନ ଜଣେ ଆକ୍ରମଣାତ୍ମକ ବ୍ୟାଟର। ଋଷଭ ପନ୍ତ ଦଳରେ ନ ଥିବାରୁ କିଛିକାଂଶରେ ସେ ଏହାର ଅଭାବ ପୂରା କରିବାରେ ସକ୍ଷମ ହୋଇଛନ୍ତି। ସେ ବୋଲରଙ୍କୁ ପ୍ରହାର କରି ପାରିବେ ଏବଂ ପଡିଆର ଚାରିଆଡେ ସଟ୍ ମାରି ପାରିବେ। ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିଂସରେ ୪୩୮ ରନ କରିଥିଲା। ଅଧିନାୟକ ରୋହିତ ଶର୍ମା ୮୦ ରନର ଇନିଂସ ଖେଳିଥିବା ବେଳେ ବିରାଟ କୋହଲି ୧୨୧ ରନ କରିଥିଲେ। ଜବାବରେ ଓ୍ଵେଷ୍ଟଇଣ୍ଡିଜ ୨୫୫ ରନରେ ଅଲଆଉଟ୍ ହୋଇଥିଲା। ଭାରତ ଦ୍ଵିତୀୟ ଇନିଂସରେ ୨ ଓ୍ଵିକେଟ୍ ହରାଇ ୧୮୧ ରନରେ ପାଳି ସମାପ୍ତି ଘୋଷଣା କରିଥିଲା। ରୋହିତ ଶର୍ମା ୪୪ ବଲରୁ ୫୭ ରନ ଏବଂ ଇଶାନ କିଷନ ୩୪ ବଲରୁ ୫୨ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଦ୍ଵିତୀୟ ଇନିଂସରେ ଭାରତ ୭.୫୪ ରନରେଟରେ ରନ ସଂଗ୍ରହ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ