Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିମ୍ନମାନର ଫେବର୍ ବ୍ଲକ କାମ,ପାଣିରେ ପଡିଲା ୫ ଲକ୍ଷ ଟଙ୍କା

ନାରାୟଣପାଟଣା.୨୪।୦୭।୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଫେବର୍ ବ୍ଲକ କାମ ଫେଲ୍ ମାରିଛି।ଏହି କାମ କରି ଯନ୍ତ୍ରୀ ଓ ଠିକାଦାର ମାଲାମାଲ୍ ହେଉଥିବା ବେଳେ ସାଧାରଣ ଯନତା ସମସ୍ୟାରେ ପଡି ଘାଣ୍ଟି ହେଉଥିଲେ ମଧ୍ୟ ବ୍ଲକ ପ୍ରସାସନ ପୁରା ଆଖି ବୁଝି ଦେଇଥିବା ସାଧାରଣରେ ଚର୍ଚା ହେଉଛି।ସ୍ଥାନିୟ ବ୍ଲକର ନିଲାବାଡି ସ୍ଥିତ ସରକାରି ଉଚ୍ଚ ବାଳିକା ବିଦ୍ୟାଳୟ ପାଖରୁ କାନାଗାଁ ପର୍ଯ୍ୟନ୍ତ ଗୋଟେ କିଲୋମିଟର୍ ରାସ୍ତାରେ ୫ ଲକ୍ଷ ଟଙ୍କା ବେୟରେ ଗତ ମାର୍ଚ ମାସରେ ଫେବର୍ ବ୍ଲକ୍ ବିଛା ଜାଇଥିଲା।ହେଲେ କାମଟି ପୁରା ନିମ୍ନମାନର ହେଇଥିବାରୁ ଉକ୍ତ କାମ ପାଞ୍ଚ ମାସ ମଧ୍ୟ ଗଲାନି।ରାସ୍ତାର ଅଧିକାଂସ ସ୍ଥାନରେ ଫେବର୍ ବ୍ଳକ୍ ଦବି ଜାଇଥିବା ଏବେ ଦେଖିବାକୁ ମିଳିଛି।ସେହି ରାସ୍ତା ଏବେ ସମସ୍ତିଙ୍କ ପାଇଁ କାଳ ହୋଇ ଛିଡା ହୋଇଥିବାରୁ ଜାତାୟତ କରିବାରେ ଲୋକେ ଭୟଭିତ ହୋଇ ପଡିଛନ୍ତି।ଏନେଇ ବିଡିଓ ଆକାଶ ପଟନାୟକଙ୍କୁ ଯୋଗାଜୋଗ କରିବାରୁ ମୁ ଜାଇକି ଦେଖିବି ତାପରେ ତୁରନ୍ତ ରାସ୍ତା ମରାମତି କରାଇବାକୁ ଚେଷ୍ଟା କରିବି ବୋଲି କହିଛନ୍ତି।କେବେ ଶ୍ରୀଯୁକ୍ତ ପଟନାୟକ ଉକ୍ତ ନିମ୍ନ ମାନର କାମ ପାଖକୁ ଜାଇ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ