Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ରେ ସଚେତନତା ରାଲିର ଆୟୋଜନ

ଗୋପାଳପୁର,୨୩/୦୭ ଜନସାଧାରଣ ସମେତ ଗୋପାଳପୁର ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଙ୍କୁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଏକ ସଚେତନତା ରାଲିର ଆୟୋଜନ ସମାଜ ସେବୀ ଏମ. ଶିବ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା ।ଏଥିରେ ଗୋପାଳପୁର ସ୍ଥିତ ବେଷ୍ଟ ଶିକ୍ଷା ଅନୁଷ୍ଠାନର ବିଦ୍ୟାର୍ଥୀ ମାନେ ଯୋଗ ଦେବା ସହ ଅନୁଷ୍ଠାନ ର ମୁଖ୍ୟ ରଘୁରାମ ସାହୁଙ୍କ ନେତୁତ୍ୱରେ ବିଦ୍ୟାର୍ଥୀ ମାନଙ୍କ ଦ୍ବାରା ସ୍ବଛ ଭାରତ ଅଭିଯାନ ମାଧ୍ୟମରେ ବେଳା ଭୂମି ସଫେଇ, ମାନବ ଅଙ୍ଗ ଦାନ ସଚେତନ, ରାସ୍ତା କେମିତି ଦୁର୍ଘଟଣାରୁ ବର୍ତ୍ତିବା ସେନେଇ ସଚେତନ କରାଯିବ ସହ ଦୁର୍ଘଟଣାରୁ ବର୍ତ୍ତିବା ଓ ଦୁର୍ତ୍ତ ଗତିରେ ଯାନ ନ ଚାଲିଇବା ଏବଂ ଟ୍ରାଫିକ ନିୟମ ମାନିବାକୁ ସଚେତନ ସୃଷ୍ଟି କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଲଷ୍ମୀନୁରସିଂହ ଏକାଡେମୀର ମୁଖ୍ୟ ସୁବ୍ରମଣ୍ୟମ (ବାଲୁ ସାର) ଓ ଅଖିଳ ଭାରତ ମାରୱାଡି ମହିଳା ସଂଘର ସୀମା ଚୌଧୁରୀ ପ୍ରମୁଖ ଯୋଗ ଦେଇଥିବା ବେଳେ ସମେତ ବିଦ୍ୟାର୍ଥୀ ମାନେ ବସଷ୍ଟାଣ୍ଡ ଛକରୁ ରାଲି ବାହାରି ନଗର ପ୍ରରିକ୍ରମା କରିଥିଲେ । ଆଗାମୀ ଦିନରେ ଏପରି ବହୁ କାର୍ଯ୍ୟକ୍ରମ କରାଯାଇ ସାଧାରଣ ଜନତା ଓ ଯୁବ ପିଢିଙ୍କୁ ଉତ୍ସାହିତ କରାଯିବ ବୋଲି ସମାଜସେବୀ ଶିବ ପାତ୍ର ସୂଚନା ଦେଇଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories