Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ବତ୍କୃତା କାର୍ଯ୍ୟକ୍ରମ

ଗୋପାଳପୁର ୨୪/୭ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଆଜି ନୂତନ ନିୟୁ କମ୍ଫେରେନ୍ସ ହଲ ଠାରେ ଏକ ସ୍ବତନ୍ତ୍ର ବତ୍କୃତା କାର୍ଯ୍ୟକ୍ରମ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆମେରିକା ସ୍ଥିତ ଜର୍ଜିଆ ବିଶ୍ଵବିଦ୍ୟାଳୟର ଭୂଗୋଳ ବିଭାଗର ପ୍ରଫେସର ଦୀପକ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶୀର୍ଷକ ବହୁଳ ତଥ୍ୟ ଏବଂ କୁତ୍ରୀମ ବୁଦ୍ଧିମତା ଯୁଗରେ ପ୍ରତିକୂଳ ପରିବେଶର ସମାଧାନ (ସଲଭିଂ ଇନଭlରନମେଣ୍ଟାଲ ଚାଲେଞ୍ଜେସ ଇନ୍ ଦା ଏଜ୍ ଅଫ୍ ବିଗ୍ ଡାଟା ଏଣ୍ଡ ଏ ଆଇ: ସେନ୍ସିଙ୍ଗ ଇଣ୍ଟ୍ରିଗେଟେଡ ସାଇବର ଫିଯିକlଲ ସିଷ୍ଟମସ୍)ଉପରେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ। କୂତ୍ରିମ ବୁଦ୍ଧିମତ୍ତା ଓ ବହୁଳ ତଥ୍ୟ ସଂଗ୍ରହ କରି କିଭଳି ଭାବରେ ପରିବେଶକୁ ସଂଗ୍ରହିତ କରିହେବ ସେ ନେଇ ଆଲୋକପାତ କରିଥିଲେ। କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ବହୁଳ ତଥ୍ୟ ସହ କୁତ୍ରିମ ବୁଦ୍ଧିମତା ସଠିକ୍ ଭାବରେ ବିନିଯୋଗ କରି ପରିବେଶକୁ ସଂରକ୍ଷଣ କରିବା ପାଇଁ ପୃଥିବୀକୁ ପରିବେଶ ପ୍ରଦୂଷଣ ବିପଦରୁ ଉଦ୍ଧାର କରିବା ପାଇଁ ପରାମର୍ଶ ଦେଇଥିଲେ।ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ଆଲୋକପାତ କରିଥିଲେ।ସ୍ଵତନ୍ତ୍ର ବତ୍କୃତା କାର୍ଯ୍ୟକ୍ରମର ସଂଯୋଜକ ଡ଼ଃ ସଦାନନ୍ଦ ନାୟକ ସଭା ପରିଚାଳନା କରିଥିଲେ। ସାମୁଦ୍ରିକ ବିଜ୍ଞାନ ବିଭାଗ ର ବିଭାଗୀୟ ମୁଖ୍ୟ ଡ଼ଃ ତମଘ୍ନ ଆଚାରିଆ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡ଼ଃ ଶେଷ ଦେବ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଅଧ୍ୟାପିକା,ଛାତ୍ର ଛାତ୍ରୀ ଗବେଷକ ଗବେଷିକା ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories