Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏବେ ୫ ମାସ ପରେ ହିଁ ଧଳା ଜର୍ସିରେ ନଜର ଆସିବ ଭାରତ, ଏମିତି ରହିଛି ଆଗାମୀ ଖେଳସୂଚୀ

ନୂଆଦିଲ୍ଲୀ: ଭାରତୀୟ ଦଳ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ନୂତନ ଚକ୍ରରେ ନିଜର ପ୍ରଥମ ସିରିଜରେ ବିଜୟ ହାସଲ କରିଛି। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ସିରିଜରେ ଗୋଟିଏ ମ୍ୟାଚ୍ ଭାରତ ଜିତିଥିବା ବେଳେ ଅନ୍ୟଟି ବର୍ଷା ଯୋଗୁଁ ଡ୍ରରେ ସମାପ୍ତ ହୋଇଛି। ଏହି ମ୍ୟାଚ୍ ଭାରତୀୟ ଦଳର ଚଳିତ ବର୍ଷ ଶେଷ ଦ୍ଵିତୀୟ ଟେଷ୍ଟ ମ୍ୟାଚ୍ ଥିଲା। କାରଣ ଭାରତ ୨୦୨୩ରେ ନିଜର ଶେଷ ଟେଷ୍ଟ ମ୍ୟାଚ୍ ଡିସେମ୍ବର ଶେଷ ଆଡ଼କୁ ଖେଳିବ।

ଭାରତୀୟ ଦଳ ଏବେ ପାଞ୍ଚ ମାସ ପରେ ଟେଷ୍ଟ କ୍ରିକେଟ୍ ଖେଳିବ। ଟିମ୍ ଇଣ୍ଡିଆକୁ ଡିସେମ୍ବର ଶେଷ ସପ୍ତାହରେ ଲାଲ୍ ବଲରେ କ୍ରିକେଟ୍ ଖେଳୁଥିବା ଦର୍ଶକ ଦେଖିବାକୁ ପାଇବେ। ଏହି ସମୟରେ ଭାରତ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବ। ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତ ଶେଷରେ ହିଁ ଟେଷ୍ଟ ସିରିଜ୍ ଖେଳିବ ଯାହାର ଆରମ୍ଭ ଡିସେମ୍ବର ୨୬ ତାରିଖରୁ ହେବ।

ଏହି ପାଞ୍ଚ ମାସରେ ଭାରତୀୟ ଦଳ ୩ଟି ବଡ଼ ଟୁର୍ଣ୍ଣାମେଣ୍ଟ ଖେଳିବ। ଏଥିରେ ଏସିଆ କପ୍, ଏସୀୟ କ୍ରୀଡ଼ା ଏବଂ ବିଶ୍ଵକପ୍ ରହିଛି। ଏସିଆ କପ୍ ଶ୍ରୀଲଙ୍କାରେ ଖେଳାଯାଉଥିବା ବେଳେ ଏସୀୟ କ୍ରୀଡ଼ା ଚୀନରେ ଏବଂ ଦିନିକିଆ ବିଶ୍ଵକପ୍ ଭାରତରେ ଖେଳାଯିବ। ତେଣୁ ଭାରତୀୟ ଦଳର ପୂରା ଫୋକସ ଏବେ ଦିନିକିଆ ଏବଂ ଟି-୨୦ ସିରିଜ୍ ଉପରେ ରହିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ