Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ପର୍ଯ୍ୟଟନ ସ୍ଥଳୀ ରେ ଜୋନ୍ ବାଇ ଦି ପାର୍କ ହୋଟେଲ।

ଗୋପାଳପୁର ୨୫/୭/୨୩ ଗୋପାଳପୁର ପର୍ଯ୍ୟଟନ ସ୍ଥଳୀ ହେତୁ ଏଠାରେ ଛୋଟ ବଡ ହୋଟେଲ ରହିଥିବା ବେଳେ ଦିନକୁ ଦିନ ଏବେ ତାରକା ହୋଟେଲ ଗଢି ଉଥିବାରେ ଲାଗିଚି। ଗୋପାଳପୁର ବେଳାଭୂମି ଶୁ ଦୂର ରେ ଜୋନ ବାଇ ଦି ପାର୍କ ୨୦୨୧ ନଭେମ୍ବର ରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚଆଲ୍ ରେ ଶୁଭାରମ୍ଭ କରିଥିଲେ ।ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରେ ହୋଟେଲ ର ମହାପ୍ରବନ୍ଧକ ଓ ଜାତୀୟ ମୁଖ୍ୟ ବିକାଶ ଅlଲୁୱାଲିଆ କହିଥିଲେ ଯେ ପର୍ଯଟନ ସ୍ଥଳ ରେ ଏହି ଭଳି ହୋଟେଲ ଆବଶ୍ୟକତା ରହିଛି ଏହି ହୋଟେଲ ରେ ୪୦ ଟି ରୁମ୍ , ସ୍ୱୀମିଂଙ୍ଗ ପୁଲ, ସେଲଫି ପଏଣ୍ଟ, ,ବିଭିନ୍ନ କାରୁକାର୍ଯ୍ୟ, ବାର,ସୁଖlଦ୍ୟ ପାଇଁ ରେସଟୁରାଣ୍ଟ ,୩ ତାଲା ବିଶିଷ୍ଟ ପାଇଁ ଲିପଟ୍ ବ୍ୟବସ୍ତା,ଆଦି ରହିଛି। ଦେଶ ବିଦେଶ ରୁ ପର୍ଯ୍ୟଟକ ଙ୍କ ଭାଷା ପାଇଁ ହିନ୍ଦୀ,ଓଡ଼ିଆ,ତେଲୁଗୁ,ଇଂରାଜୀ ଆଦି ଦକ୍ଷ ଙ୍କୁ ନିଯୁକ୍ତି ପାଇଥିବା ବେଳେ ସ୍ଥାନୀୟ ଯୁବକ ଯୁବତୀ ମାନେ କର୍ମ ନିଯୁକ୍ତି ପାଇ ପାରିବେ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ପେକlର୍ଡି ରିଶୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ ର ପି.କେ.ରାଜୀବ ,ହୋଟେଲ ମୁଖ୍ୟ ପରିଚାଳକ ସୁରଜିତ ଏନ୍. ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories