Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଜିତ ଅଗରକରଙ୍କୁ ଗାଙ୍ଗୁଲିଙ୍କ ଉପଦେଶ, ବିଶ୍ଵକପ୍ ଦଳରେ ସାମିଲ୍ ହେଉ ଏହି ଖେଳାଳି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ମତରେ ଚଳିତ ବର୍ଷ ଭାରତରେ ଖେଳା ଯିବାକୁ ଥିବା ବିଶ୍ଵକପରେ ଭାରତୀୟ ଦଳ ପକ୍ଷରୁ ଯଶସ୍ଵୀ ଜୟସଓ୍ଵାଲଙ୍କୁ ଖେଳିବାକୁ ସୁଯୋଗ ମିଳିବା ଉଚିତ୍। ଯଶସ୍ଵୀ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍ ସହ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ପ୍ରଥମ ଟେଷ୍ଟରେ ଯଶସ୍ଵୀ ୧୭୧ ରନର ଶତକୀୟ ଇନିଂସ ଖେଳିଥିଲେ।

ଟେଲିଗ୍ରାଫ ସହ ଆଲୋଚନା ବେଳେ ଗାଙ୍ଗୁଲି କହିଛନ୍ତି, ପଦାର୍ପଣ ମ୍ୟାଚରେ ଶତକ ହାସଲ କରିବା ସର୍ବଦା ବହୁତ ବଡ଼ ଉପଲବ୍ଧି। ମୁଁ ନିଜେ ମଧ୍ୟ ଏହି ସଫଳତା ହାସଲ କରିଥିଲି। ଯଶସ୍ଵୀ ଟେକନିକ ହିସାବରେ ମଧ୍ୟ ଜଣେ ଭଲ ବ୍ୟାଟର। ଜଣେ ବାମହାତୀ ବ୍ୟାଟରଙ୍କ ଉପସ୍ଥିତିରେ ସର୍ବଦା ଦଳକୁ ଏହାର ଫରକ ପଡ଼ିଥାଏ। ବିଶ୍ଵକପ୍ ଦଳରେ ତାଙ୍କୁ ସାମିଲ୍ କରିବା ବହୁତ ଜରୁରୀ। ବିସିସିଆଇର ଜାତୀୟ ପୁରୁଷ ଦଳର ଚୟନକର୍ତ୍ତା ମୁଖ୍ୟ ଅଛନ୍ତି ଅଜିତ ଅଗରକର।

ଗାଙ୍ଗୁଲି ଏମିତି ମନ୍ତବ୍ୟ ଦେଇ ଅଜିତ ଅଗରକରଙ୍କୁ ଉପଦେଶ ଦେଇଛନ୍ତି ଯେ, ସେ ଯଶସ୍ଵୀଙ୍କକୁ ବିଶ୍ଵକପ୍ ଦଳରେ ସାମିଲ୍ କରାଇବା ଉପରେ ବିଚାର କରନ୍ତୁ। ବିଶ୍ଵକପ୍ ୨୦୨୩ ପାଇଁ ଅଧିକାଂଶ ଖେଳାଳିଙ୍କ ନାମ ସ୍ଥିର ହୋଇ ସାରିଛି। ମାତ୍ର ଯଶସ୍ଵୀ ବାମହାତୀ ବ୍ୟାଟର ହୋଇଥିବାରୁ ଦଳ ପାଇଁ ସେ ବେଶ ସହାୟକ ହୋଇ ପାରନ୍ତି ବୋଲି ଗାଙ୍ଗୁଲିଙ୍କ ବିଶ୍ଵାସ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ