Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଫାର୍ମ ହାଉସ ରୁ ଚୋରି ହୋଇଥିବା ୭ ଗୋଟି ସୋଲାର ପାନେଲ ଉଦ୍ଧାର, ଅଟୋ ଜବତ, ୨ ଗିରଫ

ଖଲ୍ଲିକୋଟ–୨୭/୦୭–ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଂଗଳେଶ୍ବର ପଥରକଟା ଠାରେ ଥିବା ଗୋଟିଏ ଫାର୍ମ ହାଉସ ରୁ ଚୋରି ହୋଇଥିବା ୭ ଟି ସୋଲାର ପାନେଲ କୁ ଭେଜିପୁଟ ଫାଣ୍ଡି ପୋଲିସ ଉଦ୍ଧାର କରିବା ସହ ଦୁଇ ଜଣ ଙ୍କୁ ଗିରଫ କରାଯାଇଛି ।ତେବେ ଚୋରି ଅଭିଯୋଗ ର ମାତ୍ର ୭ ଘଣ୍ଟା ମଧ୍ୟରେ ଭେଜିପୁଟ ପୋଲିସ କୁ ମିଳିଛି ସଫଳତା ।ମିଳିଥିବା ସୂଚନା ଅନୁଯାୟୀ, ଚିଲିକା ଛତ୍ରଗଡ଼ ଅଞ୍ଚଳ ର ସୁଦର୍ଶନ ସାହୁଙ୍କ ଲଂଗଳେଶ୍ବର ପଥରକଟା ରେ ଏକ ଫାର୍ମ ହାଉସ ରହିଛି ।ଗତ ୨୨ ତାରିଖରେ ସୁଦର୍ଶନ ଫାର୍ମ ହାଉସ କୁ ଆସିବା ବେଳେ ସବୁକିଛି ଠିକ ଠାକ ଥିଲା ।ତେବେ ଆଜି ସକାଳୁ ଆସି ଦେଖିବା ବେଳକୁ ଫାର୍ମ ହାଉସ ରେ ଲାଗି ଥିବା ୭ ଟି ସୋଲାର ପାନେଲ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ ।ଏ ସମ୍ପର୍କରେ ସକାଳ ୮ ଟାରେ ଭେଜିପୁଟ ଫାଣ୍ଡି ରେ ଅଭିଯୋଗ କରିଥିଲେ ।ଅଭିଯୋଗ ପାଇ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲେ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ।କନେଷ୍ଟବଳ ଧର୍ମରାଜ ଡୁଙ୍ଗ ଡୁଙ୍ଗ, ଆନନ୍ଦ ସେଠୀ ଓ ଗୃହରକ୍ଷୀ କେ. ନୀଳାଦ୍ରି ପାତ୍ର ଙ୍କୁ ସାଙ୍ଗରେ ନେଇ ସିସିଟିଭି ଫୁଟେଜ ଯାଞ୍ଚ କରିବା ବେଳେ ଏକ ନାଲିଆ ରଙ୍ଗର ଡାଲା ଅଟୋ ରେ ନେଇଥିବା ଜାଣିବାକୁ ପାଇଥିଲେ ।କେଶପୁର ର ସେହି ଅଟୋ କୁ ଧରିବା ପରେ କେଶପୁର ନିକଟସ୍ଥ ଏକ ଫାର୍ମ ହାଉସ ରୁ ଅପରାହ୍ନ ୩ ଟାରେ ଚୋରି ସୋଲାର ପାନେଲ ଗୁଡିକ ଉଦ୍ଧାର କରିଥିଲେ ।ଏହି ଚୋରି ଘଟଣା ରେ ୪ ଜଣ ଅଭିଯୁକ୍ତ ଙ୍କ ସମ୍ପୃକ୍ତି ଥିବା ବେଳେ ପୋଲିସ ଅଟୋ ଡ୍ରାଇଭର କେଶପୁର ର ସାଲୁ ଦାସ(୨୨) ଓ ଆଉ ଜଣେ ଅଭିଯୁକ୍ତ ବିଜେଶ ମନ୍ତ୍ରୀ(୨୮) ଙ୍କୁ ଗିରଫ କରିଛି ।ଏଥିସହ ଚୋରି ୭ ଗୋଟି ସୋଲାର ପାନେଲ କୁ ଉଦ୍ଧାର କରାଯିବା ସହ ଚୋରି ଘଟଣା ରେ ବ୍ୟବହୃତ ହୋଇଥିବା ଡାଲା ଅଟୋ ନମ୍ବର OD 02 Z 5979 କୁ ଜବତ କରାଯାଇଛି ।ଅନ୍ୟ ଦୁଇ ଅଭିଯୁକ୍ତ ଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର କହିଛନ୍ତି ।