Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୁରାପଲ୍ଲୀ ଟୋଲଗେଟ ରେ ଅସ୍ଥାୟୀ କର୍ମଚାରୀ ଙ୍କ ଛଟେଇ ନେଇ ଉତ୍ତେଜନା

ଖଲ୍ଲିକୋଟ–୨୭/୦୭–ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଗୁରାପଲ୍ଲୀ ଟୋଲ ଗେଟ ରେ କର୍ମଚାରୀ ଛଟେଇ କୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଛି । ଟୋଲଗେଟ ଟେଣ୍ଡର ନେଇଥିବା ରାଞ୍ଚୋଡ କଂପାନୀ ଅଧିନରେ ୮୨ ଜଣ କର୍ମଚାରୀ କାର୍ଯ୍ୟରତ ଥିଲେ। ବର୍ତ୍ତମାନ ଉକ୍ତ ଟୋଲଗେଟ କୁ ଶ୍ରୀ ଶାଇ ଏଣ୍ଟ୍ରପ୍ରାୟଜର ନାମକ କମ୍ପାନୀ ଏହି ବର୍ଷ ପାଇଁ ଟେଣ୍ଡର ନେଇଛନ୍ତି। ତେବେ ଏତେ ସଂଖ୍ୟକ କର୍ମଚାରୀ ଆବଶ୍ୟକ ନଥିବା ଦର୍ଶାଇ କମ୍ପାନୀ କର୍ତ୍ତୃପକ୍ଷ କେତେକ କର୍ମଚାରୀ ଙ୍କୁ କାର୍ଯ୍ୟ ରୁ ଛଟେଇ ପାଇଁ ପଦକ୍ଷେପ ନେଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଟୋଲଗେଟ ରେ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।ଏଥିରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଟୋଲଗେଟ ସ୍ଥାପନ ଦିନରୁ କାମ କରି ଆସୁଥିବା ସମସ୍ତ କର୍ମଚାରୀ ଟୋଲଗେଟ କାର୍ଯାଳୟ ଆଗରେ ଧାରଣା ପ୍ରଦର୍ଶନ କରିଥିଲେ। ନୂତନ ଭାବେ ଆସିଥିବା ଶ୍ରୀ ସାଇ ଏଣ୍ଟ୍ରପାଇଜର କମ୍ପାନୀ ର କର୍ମକର୍ତ୍ତା ଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ କୌଣସି କର୍ମଚାରୀ ଙ୍କୁ ଛଟେଇ କରାଯିବ ନାହିଁ ଏବଂ ସମସ୍ତ କର୍ମଚାରୀ ପୂର୍ବ ପରି କାମ କରିବେ ବୋଲି କମ୍ପାନୀ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ମିଳିବା ପରେ ସମସ୍ତ କର୍ମଚାରୀ ଧାରଣା ରୁ ହଟିଯାଇ ପୂର୍ବପରି କାର୍ଯ୍ୟ ରେ ଯୋଗ ଦେଇଥିଲେ। ଗଣ୍ଡଗୋଳ ଆଶଙ୍କା କରି ଭେଜିପୁଟ ଫାଣ୍ଡି ପୋଲିସ ଟୋଲଗେଟ ରେ ଉପସ୍ଥିତ ଥିଲେ ।