Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୂଆପଡ଼ା ଜିଲ୍ଲାରେ ସ୍ୱାଭାବିକ ବର୍ଷା

ଖଡ଼ିଆଳ: ନୂଆପଡ଼ା ଜିଲ୍ଲାରେ ଚଳିତ ବର୍ଷ ସ୍ବାଭାବିକ ରୁ ବହୁତ କମ ବର୍ଷା ହେବାର ରେକର୍ଡ ରହିଅଛି। ଜିଲ୍ଲାରେ ଜୁନ ମାସରେ ୨୧୦ ମିଳି ମିଟର ବୃଷ୍ଟିପାତ ହେବାର ରେକର୍ଡ ରହିଥିବା ବେଳେ ୫୦%ପ୍ରତିଶତ ବୃଷ୍ଟିପାତ କମ ହୋଇଅଛି। ଜୁନ ମାସରେ ସର୍ବ ନିମ୍ନ ଖଡିଆଳରେ ୫୪ ଏମ ଏମ, ସିନାପାଲି ୫୨, ଏମ ଏମ, ବୋଡ଼େନ ରେ ୧୦୮ ଏମ ଏମ ରେକର୍ଡ ରହିଅଛି। କୋମନା ୨୩୮ଏବଂ ନୂଆପଡ଼ା ବ୍ଲକରେ ୧୭୭ ଏମ ଏମ ବୃଷ୍ଟିପାତ ହୋଇଅଛି। ସେହିପରି ଜୁଲାଇ ମାସ ରେ ଜିଲ୍ଲାରେ ୩୪୭ ଏମ ଏମ ସ୍ବାଭାବିକ ବୃଷ୍ଟିପାତ ରେକର୍ଡ ରହିଥିବା ବେଳେ ୨୨% ପ୍ରତିଶତ କମ ବୃଷ୍ଟିପାତ ହୋଇଅଛି। ଜୁଲାଇ ମାସରେ ନୂଆପଡ଼ା ବ୍ଲକ କୁ ବାଦ ଦେଇବାନୀ ସମସ୍ତ ବ୍ଲକ ରେ ସ୍ବାଭାବିକ ରୁ କମ ହୋଇଅଛି। ଖଡ଼ିଆଳ ରେ ୧୯୯ ଏମ ଏମ,ସିନାପାଲି ବ୍ଲକ ରେ ୧୯୩, ବୋଡ଼େନ ରେ ୨୮୯, କୋମନା ରେ ୩୦୯ ଏବଂ ନୂଆପଡ଼ା ବ୍ଲକ ରେ ୩୬୪ ଏମ ଏମ ବୃଷ୍ଟିପାତ ରେକର୍ଡ ହୋଇଅଛି। ବୃଷ୍ଟିପାତ କାମ ଥିବା କାରଣ ରୁ ଅଳ୍ପ ବର୍ଷା ରେ ମଧ୍ୟ ବର୍ଷା ଜଳ ନିମ୍ନ ଗାମୀ ହୋଇ ଶୋଷି ଯାଉଅଛି। ଜମିରେ ଜଳ ସ୍ତର ନିମ୍ନରେ ରହିଅଛି। ବାଲୁ ସାରିଆ ଜମିରେ ଜଳ ଶୋଷିବା ବ୍ୟାପକ ଦେଖାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ