Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗେଲ୍ ଇଣ୍ଡିଆ କମ୍ପାନିର କର୍ମଚାରିଙ୍କୁ ଆକ୍ରମଣ ଘଟଣାରେ ପୁଣି ଆଜି ଜଣକୁ କୋର୍ଟ୍ ଚାଲାଣ… ଗିରଫ ସଂଖ୍ୟା 3କୁ ବୃଦ୍ଧି…

ଲକ୍ଷ୍ମୀପୁର.୨୯।୦୭ ଗତ ରବିବାର ଦିନ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ରେଲଓ୍ଵେ କଲନୀ ରାସ୍ତା ରେ ଗେଲ୍ ଇଣ୍ଡିଆ ଗ୍ୟାସ୍ କମ୍ପାନିର ସୁପରଭାଇଜର ଆରପି ସିଙ୍ଗ୍ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଗତ କାଲି କାକିରିଗୁମା ଥାନା କେଲାର୍ ଗ୍ରାମର କବିର ଖସଲା ଓ ମାଟୁଗୁଡା ଗ୍ରାମର ତରୁଣ ସେନ୍ ସାହୁଙ୍କୁ ଗିରଫ୍ କରି କୋର୍ଟ୍ ଚାଲାଣ କରିଥିବା ବେଳେ ସଏହି ଘଟଣା ରେ ସମ୍ପୃକ୍ତ ଥିବା ଜଣଙ୍କୁ କୋର୍ଟ୍ ଚାଲାଣ କରିଛି ଲକ୍ଷ୍ମୀପୁର ପୋଲିସ୍। ଗିରଫ ହୋଇଥିବା ଯୁବକ ଜଣକ ହେଲେ ଲକ୍ଷ୍ମୀପୁର ଥାନା ଓଡିଆପେଣ୍ଠ ପଞ୍ଚାୟତ ଅନ୍ତର୍ଗତ କରଗୁଡା ଗ୍ରାମର ଖିରୋଦ୍ କୁମାର ଖରା।ଏହି ଘଟଣା ଏକାଧିକ ବ୍ୟକ୍ତି ସମ୍ପୃକ୍ତ ଥିବା ବେଳେ ସେମାନଙ୍କୁ ମଧ୍ୟ ଅତିଶିଘ୍ର ଗିରଫ୍ କରାଜିବ ବୋଲି ଥାନା ଅଧିକାରି ଶ୍ଵେତ ପଦ୍ମା ସେଠ୍ ପ୍ରକାଶ କରିଛନ୍ତି ।