Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରପାଲି ବ୍ଲକ ଆଦିବାସୀ ଓବିସି ଦଲିତ ସେନାର ଚେତାବନୀ

ବରପାଲି : ଓଡ଼ିଶା ଆଦିବାସୀ ଓବିସି ଦଲିତ ସେନା ବ୍ଲକ୍ କମିଟୀ ପକ୍ଷରୁ ଜମିପଟ୍ଟା ମାଲିକାନାକୁ ନେଇ ଆନ୍ଦୋଳାନତ୍ମକ ପଥର ଦ୍ବାହି ଦେଇଛି।ସୋମବାର ବରପାଲି ଅତିରିକ୍ତ ତହସିଲଦାର ଙ୍କ ସହିତ ସେନାର କର୍ମକର୍ତ୍ତା ମାନେ ବିଭିନ୍ନ ସମସ୍ଯା ଓ ସ୍ଥିତି ଉପରେ ଆଲୋଚନା କରିଥିଲେ।
ଗତ ୪୦ ବର୍ଷରୁ ଉର୍ଦ୍ଧ ସମୟ ହେବ ବରପାଲି ବ୍ଲକ୍ ବରମକେଲା ପଞ୍ଚାୟତ ଗ୍ରୀଣ୍ଡୋଲା ଗ୍ରାମର ଗରିବ ଭୂମିହୀନ ଆଦିବାସୀ ଓବିସି ଦଳିତ ଗରିବ ପରିବାର ସରକାରଙ୍କ ଦ୍ବାରା ସିଲିଂ ଜମି ସହିତ ଦଖଲ ମଧ୍ଯ ପ୍ରାପ୍ତି କରିଥିଲେ। ବର୍ତ୍ତମାନ ମଧ୍ୟ ଦଖଲରେ ରହି ଆସୁଛନ୍ତି । ହେଲେ ହୀତାଧିକାରୀ
ମାନେ ନେଟ୍ଟପଟ୍ଟା ପ୍ରାପ୍ତିରୁ ଆଜି ପର୍ଯ୍ଯନ୍ତ ବଂଚୁତ ରହିଛନ୍ତି। ହିତାଧିକାରୀ ମାନେ ପାଇଥିବା ଜମିରେ ଧାନଚାଷ କରୁଛନ୍ତି ସତ ହେଲେ ନେଟପଟ୍ଟା ନଥିବାରୁ ନିଜ ନାମରେ ଧାନକାର୍ଡର ଅଧିକାର ହରାଇବାକୁ ବାଧ୍ଯ ହେଉଛନ୍ତି। ଧାନ ବିକିବା ପାଇଁ ବେପାରିଙ୍କ ଆଶ୍ରା ନେବା ସହ କମଦରରେ ଧାନ ବିକିବାକୁ ବାଧ୍ଯ ହେଉଛନ୍ତି। ସେହିପରି ଅର୍ଥ ଅଭାବ ଲାଗି ରହିଥିବା ବେଳେ ଚାଷକାର୍ଯ୍ଯ ପାଇଁ ବ୍ଯବହାର୍ଯ୍ଯ କିଟନାଶକ ଔଷଧ ସାର ତଥା ନଗଦ ଟଙ୍କା ସୁଝିବାକୁ ବହୁ ଅସୁବିଧା ଭୋଗ ସହ ବିଭିନ୍ନ ଶୈଳିର ଦୁର୍ଦଶାରେ ପଡୁଛନ୍ତି। ସିଲିଂ ଜମିର ନେଟପଟ୍ଟା ଏବଂ ୪ ଡ଼ିସିମିଲ୍ ଘରଡ଼ିହ ପଟ୍ଟା ପାଇଥିବା ବ୍ୟକ୍ତି ଦଖଳ ନିମନ୍ତେ ବହୁବାର ପ୍ରସାସନ ନିକଟରେ ଦାବୀ ଉଠାଇଆସିଛି। ପୁର୍ବରୁ ସମସ୍ଯାର ବରପାଲି ତହସିଲ ସମ୍ମୁଖରେ ୫ ଦିନ ଧରି ଆମରଣ ଅନଶନ ମାଧ୍ଯମରେ ଦୁଇ ଆଦିବାସୀ ମହିଳା ହକ ମାଗିଥିଲେ। ଧାରଣା ସ୍ଥଳରେ ସର୍ବସମ୍ମୁଖରେ ଏକମାସ ମଧ୍ଯରେ ସମସ୍ତ ସମସ୍ୟା ସମାଧାନ କରାଯିବ ବୋଲି ପୁର୍ବ ତହସିଲଦାର ଲିଖିତ ପ୍ରତିଶୃତି ଦେଇଥିଲେ। ହେଲେ ଦିନ ପରେ ଦିନ ବିତିଯିବା ସହ ସବୁ ପ୍ରତିଶ୍ରୁତିକୁ ଭୁଲାଇଦେଲେ। ଓଡ଼ିଶା ଆଦିବାସୀ ଓବିସି ଦଲିତ ସେନା ବ୍ଲକ୍ ସଭାପତି ଶ୍ରୀଯୁକ୍ତ ତ୍ରିଲୋଚନ ଭୁଏ , ଆଦିବାସୀ ସଂଘ ର ବରପାଲି ସଭାପତି ଭାଗବତ ମିର୍ଦ୍ଧା , କ୍ଷମାନିଧି ନାଏକ , ଶ୍ୟାମସୁନ୍ଦର ବରିହା , ପ୍ରହଲ୍ଲାଦ ବିଶି , ବୁଡୁ ରଣା ଏବଂ ଅନ୍ୟ ସଦସ୍ଯ ମାନେ ଉପସ୍ଥିତ ରହି ଅତିରିକ୍ତ ତହସିଲଦାରଙ୍କ ସହିତ ଆଲୋଚନା କରିଥିଲେ। ଲାଗିରହିଥିବା ସମସ୍ୟାକୁ ପ୍ରସାସନ ଗୁରୁତ୍ବର ସହ ସମାଧାନର ବାଟ ବାହାର ନକଲେ ଆଗାମୀ ଦିନରେ ପୁନଃ ଆମେ ବିରାଟ ଆନ୍ଦୋଳନ ପାଇଁ ବାଧ୍ଯ ହେବୁ ବୋଲି ସଂଘ ସଭାପତି ତ୍ରିଲୋଚନ ଭୁଏ ଚେତାବନୀ ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ