Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରପାଲି ମହାବିଦ୍ୟାଳୟରେ ନବାଗତଙ୍କ ପ୍ରବେଶ ଉତ୍ସବ

ବରପାଲି ମହାବିଦ୍ୟାଳୟରେ ନବାଗତଙ୍କ ପ୍ରବେଶ ଉତ୍ସବ
ବରପାଲି :ବରପାଲି ମହାବିଦ୍ୟାଳୟ ପରିସରରେ ନବାଗତ ଯୁକ୍ତ ଦ୍ବିତିୟ ବର୍ଷ ଛାତ୍ର ଓ ଛାତ୍ରୀ ମାନଙ୍କୁ ନେଇ ପ୍ରବେଶ ଉତ୍ସବ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ଜୟନ୍ତୀ ଦାଶଙ୍କ ଅଧ୍ୟକ୍ଷତାରେ ଉତ୍ସବ ପରିଚାଳିତ ହୋଇଥିଲା।
ଓଡ଼ିଆ ବିଭାଗ ମୁଖ୍ୟ ଉତ୍ତର କୁମାର ଗଡତିୟାଙ୍କ ସଂଯୋଜନାରେ କାର୍ଯ୍ଯକ୍ରମ ସଂଚାଳିତ ହୋଇଥିଲା।
ନିମନ୍ର୍ତିତ ଅତିଥି ଭାବରେ ମହାବିଦ୍ୟାଳୟ ବିଭିନ୍ନ ବିଭାଗିୟ ମୂଖ୍ଯ ପ୍ରଧ୍ଯାପକ ଓ ଅଧ୍ଯାପକ ମାନେ ମଞ୍ଚାସିନ ହୋଇଥିଲେ। ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା,ସଂସ୍ର୍କୁତି, ସହଯୋଗିତା,ଆଚାରବ୍ଯବହାର,ଶାଳିନତା ସମ୍ବନ୍ଧିତ ସତଶିକ୍ଷା ମୂଳକ ଦିଗଦର୍ଶନ ଦେଇଥିଲେ। ଏହି ଅବସରରେ ଅତିଥି ମାନଙ୍କ ସହ ନବାଗତଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ମାଧ୍ଯମରେ ସ୍ବାଗତ କରାଯାଇଥିଲା। ଆଲୋଚନାରେ ପ୍ରଧ୍ଯାପକ ସୁଶିଲ କୁମାର ସତପଥି, ଅଲେଖ ମହାନନ୍ଦ, ଭକ୍ତବନ୍ଧୁ ପଧାନ, ମମତା ସାହୁ, ଡ.ସିମାଞ୍ଚଲ ପ୍ରଧାନଙ୍କ ସମେତ ଅନ୍ଯ ଅଧ୍ଯାପକ ମାନେ ସଂଷ୍କାର ଓ ଶିକ୍ଷା ସହ ଭବିଷ୍ଯତ ଗଠନ ଉପରେ ଉପଦେଶ ମୂଳକ ବାର୍ତ୍ତାମାନ ପ୍ରଦାନ କରିଥିଲେ। ରେଡକ୍ରସ ପ୍ରକଳ୍ପଧିକାରୀ ଅଧ୍ଯାପକ ଅଲେଖ ମହାନନ୍ଦ ଧନ୍ଯବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ