Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସତଲମା ମହାବିଦ୍ୟାଳୟରେ ସ୍ବାଗତ ଉତ୍ସବ

ବରପାଲି:ବରପାଲି ବ୍ଳକ ସତଲମା ମହାବିଦ୍ୟାଳୟ ପରିସରରେ ନବାଗତ ଯୁକ୍ତ ଦ୍ବିତିୟ ବର୍ଷ ଛାତ୍ର ଓ ଛାତ୍ରୀ ମାନଙ୍କୁ ନେଇ ପ୍ରବେଶ ଉତ୍ସବ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଲିଙ୍ଗରାଜ ବେହେରାଙ୍କ ଅଧ୍ୟକ୍ଷତାରେ ଉତ୍ସବ ପର୍ବ ପରିଚାଳିତ ହୋଇଥିଲା।
ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ଯାପକ ଲୋକନାଥ ପଧାନଙ୍କ ସଂଯୋଜନାରେ କାର୍ଯ୍ଯକ୍ରମ ସଂଚାଳିତ ହୋଇଥିଲା।
ନିମନ୍ର୍ତିତ ଅତିଥି ଭାବରେ ମହାବିଦ୍ୟାଳୟ ବିଭିନ୍ନ ବିଭାଗିୟ ଅଧ୍ଯାପକ ଓ ଅଧ୍ଯାପିକା ମାନେ ମଞ୍ଚାସିନ ହୋଇଥିଲେ। ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା,ସଂସ୍ର୍କୁତି, ଆଚାର ବିଚାର,ଶାନ୍ତ ବ୍ଯବହାର,ଶାଳିନତା, ସମ୍ବନ୍ଧିତ ସତଶିକ୍ଷା ମୂଳକ ଦିଗଦର୍ଶନ ମାନ ପ୍ରଦାନ କରିଥିଲେ। ଏହି ଅବସରରେ ଅତିଥି ମାନଙ୍କ ସହ ନବାଗତଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ମାଧ୍ଯମରେ ସ୍ବାଗତ କରାଯାଇଥିଲା। ଆଲୋଚନାରେ ଅଧ୍ଯାପକ ଲଲିତ ମେହେର,ଅଧ୍ଯାପିକା ସମ୍ପଦ ସିହାଁନା, ଚେତନା ପଧାନ ପ୍ରମୁଖଙ୍କ ସମେତ ଅନ୍ଯ ଅଧ୍ଯାପକ ଅଧ୍ଯାପିକା ମାନେ ସଂଷ୍କାର ଓ ଶିକ୍ଷା ସହ ଭବିଷ୍ଯତ ଗଠନ ଉପରେ ଉପଦେଶ ମୂଳକ ବାର୍ତ୍ତାମାନ ପ୍ରଦାନ କରିଥିଲେ। ପରିଚାଳନାରେ ବାବୁଲୁ ତ୍ରିପାଠୀ,ଶ୍ଯାମସୁନ୍ଦର ଭୁଏ,ପଞ୍ଚାନନ ବେହେରା,ସୁଶାନ୍ତ ତ୍ରିପାଠୀ,ଅଶୋକ ସାହୁ,ମୀନକେତନ ରଣା,କୂଳରଜଂନ ସାହୁଙ୍କ ସମେତ କଲେଜ ସହ କର୍ମଚାରୀ ମାନେ ସହାୟତା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରି ମାନଙ୍କ ଦ୍ବାରା ଏକ ରଙ୍ଗାରଙ୍ଗ କାର୍ଯ୍ଯକ୍ରମ ମାଧ୍ଯମରେ ବିଭିନ୍ନ ଶୈଳିର ନାଚ,ସଂଗିତ ପରିବେଷଣ କରାଯାଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ