Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ଥାନାରେ ନୂତନ ଥାନା ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ।

ଗୋପାଳପୁର ୧/୮ ଗୋପାଳପୁର ଥାନାରେ ଆଜି ନୂତନ ଥାନା ଅଧିକାରୀ ଭାବେ ବିବେକାନନ୍ଦ ସ୍ୱାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି l ପୂର୍ବରୁ କାର୍ଯ୍ୟରତ ଥିବା ଥାନା ଅଧିକାରୀ ସାରଦା ପ୍ରସନ୍ନ ଦାଶ ଦୀର୍ଘ ୮ ମାସ ହେଲା ଏଠାରେ କାର୍ଯ୍ୟରତ ରହିଥିବା ବେଳେ ତାଙ୍କୁ ବୌଦ୍ଧ ଜିଲ୍ଲାକୁ ବଦଳି ହୋଇଛି l ଆଜି ଶ୍ରୀ ସ୍ୱାଇଁ ଦାୟିତ୍ୱ ନେବା ପରେ ତାଙ୍କ ସହ ଯୋଗାଯୋଗ ବେଳେ ସେ କହିଥିଲେ ଯେ ଗୋପାଳପୁର ଏକ ପର୍ଯ୍ୟଟନ ସ୍ଥଳୀ ହୋଇଥିବା ରୁ ଏଠାକୁ ଦେଶ ବିଦେଶ ରୁ ଆସୁଥିବା ପର୍ଯ୍ୟଟକ ଙ୍କୁ ସୁରକ୍ଷା ଦେବା ସହ ଅଞ୍ଚଳର ଆଇନ ଶୃଙ୍ଖଳା ଉପରେ ଅଧିକ ଗୁରୁତ୍ୱ ଦେବା ସହ ପେଟ୍ରୋଲିଙ୍ଗ କଡାକଡ଼ି କରାଯିବ ଓ ଥାନାକୁ ଆସୁଥିବା ଲୋକେ କିପରି ସମସ୍ତ ସୁବିଧା ପାଇଁ ପାରିବେ ସେଥି ପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି l ପୂର୍ବରୁ ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଓ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଥାନାରେ ଦକ୍ଷତା ସହ କାର୍ଯ୍ୟ କରିଥିଲେ।ଦାୟିତ୍ଵ ପରେ ଥାନା ଦେଖିବା ସହ କର୍ମଚାରୀ ଙ୍କ ସହ ଆଲୋଚନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories