Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର କଲେଜରେ ଯୁକ୍ତଦୁଇ ନବାଗତ ଛାତ୍ରଛାତ୍ରୀଙ୍କ ସ୍ବାଗତଉତ୍ସଵ ପାଳିତ

ଗୋପାଳପୁର୧/୮ ଗୋପାଳପୁର କଲେଜରେ ଯୁକ୍ତଦୁଇରେ ନାମଲେଖାଇଥିବା ବିଦ୍ୟାର୍ଥୀଙ୍କୁ କଲେଜ ପକ୍ଷରୁ ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶ କ୍ରମେ ଯୁକ୍ତଦୁଇ ଶିକ୍ଷା ବର୍ଷ ( ୨୦୨୩-୨୪)ବର୍ଷରେ କଳା,ବାଣିଜ୍ୟ ଓ ବିଜ୍ଞାନ ବିଭାଗର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ନେଇ ସ୍ୱାଗତଉତ୍ସବ ଅୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଲେଜର ଶୈକ୍ଷିକ ଉପଦେଷ୍ଟା ଡ଼ଃ ପୁରୁଷୋତ୍ତମ ସାହୁ ଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ଡ଼ଃ.ରାମ ପ୍ରସାଦ ପଣ୍ଡା ଯୋଗେଦେଇ କଲେଜର ନୀତି, ନିୟମ ମାନି ଚଲିବା ସହ ନିୟମିତ ଭାବେ ଶ୍ରେଣୀରେ ଉପସ୍ଥିତ ରହି କ୍ୟାମ୍ପସ ପରିସରରେ ଶୃଙ୍ଖଳା ବଜାଇ ରଖି ଧ୍ୟାନ ଦେଇ ପାଠପଢ଼ିବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କଲେଜ ପ୍ରଶାସନିକ ଅଧିକାରୀ ଲକ୍ଷଣ ପାଳ, ଡ଼ଃ. ମନୋଜ ପଟ୍ଟନାୟକ, ଇଂରାଜୀ ବିଭାଗ ମୁଖ୍ୟ ଡ଼ଃ ଗିରିଶ ଚନ୍ଦ୍ର ବେହେରା ଓ ରାଜନୀତି ବିଭାଗ ଡ଼ଃ ରାମଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି କଲେଜ ଇତିହାସ ବିଷୟରେ ବର୍ଣ୍ଣନା କରିବା ସହ କଲେଜ ୟୁନିଫର୍ମ , ପରିଚୟ ପତ୍ର ପିନ୍ଧି ଆସିବା ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପ୍ରଣୀତ ସିଲାବସ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଯୁକ୍ତଦୁଇ ଦ୍ୱିତୀୟବର୍ଷ ଛାତ୍ରଛାତ୍ରୀ ମାନେ ନବାଗତ ପ୍ରଥମବର୍ଷ ବିଦ୍ୟାର୍ଥି ଙ୍କୁ ଫୁଲ ଓ ଚନ୍ଦନ ଦେଇ ସ୍ବାଗତ କରିଥିଲେ ପରେ ସମସ୍ତେ ନିଜ ପରିଚୟ ପ୍ରଦାନ କରି ନିଜେ ନିଜର ଆଭିମୁଖ୍ୟ ପ୍ରକାଶ କରିଥିଲେ।ଶେଷରେ ଅର୍ଥନୀତି ଅଧ୍ୟାପିକା ଏଏସ .ରୂପ ଲକ୍ଷ୍ମୀ ଧନ୍ୟବାଦ୍ ଅର୍ପଣ କରିଥିଲେ।ଆଜିର କାର୍ଯ୍ୟକ୍ରମରେ ପ୍ରଥମ ବର୍ଷ, ଦିତୀୟବର୍ଷ ଛାତ୍ରଛାତ୍ରୀ ସମେତ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories