Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିଖାଲି ଡ୍ୟାମରୁ ୨ ଟି ଗେଟରେ ଖୋଲାଗଲା ପ୍ରଥମ ବନ୍ୟାଜଳ

ଖଡ଼ିଆଳ : ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଲି ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରୁ ପ୍ରଥମ ବନ୍ୟା ଜଳ ବୁଧବାର ନିଷ୍କାସନ କରାଯାଇଛି। ଡ୍ୟାମର ଦୁଇ ଗୋଟି ଗେଟ ଖୋଲା ଯାଇଅଛି। ଡ୍ୟାମରେ ୩୦୦ କ୍ୟୁବିକ ମିଟର ଜଳ ପ୍ରବେଶ ହେଉଥିବା ବେଳେ ଦୁଇ ଗୋଟି ଗେଟ୍ ସାହାର୍ଯ୍ୟରେ ୨୫୦ କ୍ୟୁବିକ ମିଟର ଜଳ ଛଡା ଯାଉଥିବା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଯୁଗଳ କିଶୋର ଖଟୁଆ ପ୍ରକାଶ କରିଛନ୍ତି। ଡ୍ୟାମର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମରେ ଜଳ ସ୍ତର ବୃଦ୍ଧି ପାଇଛି l ଡ୍ୟାମ ମଧ୍ୟରେ ୩୧୪.୨୫୨ ମିଲିୟନ କ୍ୟୁବିକ୍ ମିଟର ଜଳ କ୍ଷମତା ରହିଥିବା ବେଳେ ଆଜି ୨୪୨.୩୩୦ ମିଲିୟନ କ୍ୟୁବିକ ମିଟର ଜଳ ରହିଅଛି। ଆଜି ପୂଜାର୍ଚ୍ଚନା ପରେ ପ୍ରଥମ ବନ୍ୟା ଜଳ ଡ୍ୟାମରୁ ନିଷ୍କାସନ କରାଯାଉଥିବା ବେଳେ ଏହି ସମୟରେ ଲୋୟର ଇନ୍ଦ୍ର ଡ୍ୟାମର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଯୁଗଳ କିଶୋର ଖଟୁଆ, କେନାଲ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ ଗୋବର୍ଦ୍ଧନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ