Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଇଓ ସଂଘ ତରଫରୁ ଦାବି ପତ୍ର ପ୍ରଦାନ

ନାରାୟଣପାଟଣା.୦୨।୦୮।୨୩ ନୀଖିଳ ଉତ୍କଳ ପଞ୍ଚାୟତ ନିର୍ବାହି ଅଧିକାରି ସଂଘ ଡାକରାରେ ଆଜି ନାରାୟଣପାଟଣା ବ୍ଲକର କାର୍ଯ୍ୟରତ ସମସ୍ତ ପଞ୍ଚାୟତର ନିର୍ବାହି ଅଧିକାରି ମାନେ ବିଡିଓଙ୍କ ଯରିଆରେ ଜିଲ୍ଲାପାଳଙ୍କ ଉଦ୍ଧେସ୍ୟରେ ଏକ ତିନି ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି।ଉକ୍ତ ଦାବି ଗୁଡିକ ମଧ୍ୟରେ ପିଓ ନିଯୁକ୍ତି ସମୟରେ ଶିକ୍ଷାଗତ ଯୋଗ୍ୟତା +୨ରୁ +୩ ମଧ୍ୟରେ ରହିବା,ଦରମା ହାର ଲେବଲ୍ ୫ରୁ ଲେବେଲ୍ ୯କୁ ବୃଦ୍ଧି କରିବା।ଚାକିରି କ୍ଷେତ୍ରରେ ଦସ ବର୍ଷ ପୁର୍ତି କରିଥିବା ପିଓ ମାନଙ୍କୁ ଜିପିଟିଏକୁ ପ୍ରମୋସନ୍ କରିବା ଭଳି ଦାବି ରହିଥିଲା ବେଳେ ଆଗାମି ୭ ତାରିଖ ଭିତରେ ଦାବି ପୁରଣ ନହେଲେ ୧୭ତାରିଖ ଜାଏଁ କଳା ବ୍ୟାଚ୍ ପିନ୍ଧି କାର୍ଯ୍ୟ କରିବୁ,ସେତିକି ଭିତରେ ଜଦି ଆମ ଦାବି ଉପରେ ଗୁରୁତ୍ଵ ଦିଆ ନଜାଏ ତେବେ ସମୁହ ବ୍ଲକ କାର୍ଯ୍ୟାଳୟ ସମୁଖରେ ଧାରଣାରେ ବସିବୁ ବୋଲି କହିଛନ୍ତି।ଉକ୍ତ ଦାବି ପତ୍ର ପ୍ରଦାନ ସମୟରେ ନାରାୟଣପାଟଣା ପିଇଓ ସଂଘର ସଭାପତି ଶ୍ରୀନିବାସ ନାୟୁଡୁ ଓ ସମ୍ପାଦକ ରମେଶ ତୁଳ ଓ ଅନ୍ୟ ପିଇଓ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ