Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ଦାବି ନେଇ ଶିକ୍ଷକ ସଂଘର ଦାବି ପତ୍ର ପ୍ରଦାନ

ନାରାୟଣପାଟଣା.୦୫।୦୮ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲଜ ଠାରେ ଆଜି ନିଖିଳ ଉତ୍କଳ ଶିକ୍ଷକ ଫେଡେରେସନ୍ ଡାକରାରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବ୍ଲକ ଶିକ୍ଷା ଅଧିକାରି ପ୍ରଫୁଲ ମିଶ୍ରଙ୍କ ଯରିଆରେ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଧେସ୍ୟରେ ବିଭିନ୍ନ ଦାବି ନେଇ ଏକ ଦାବି ପତ୍ର ପ୍ରଦାନ କରାଜାଇଛି।ଏହି ଦାବି ପତ୍ର ପ୍ରଦାନ ପୁର୍ବରୁ ବ୍ଲକ ଶିକ୍ଷକ ସଂଘ ସଭାପତି ପ୍ରଦିପ ବାଗଙ୍କ ଅଧକ୍ଷତାରେ ଏକ ବିଶାଳ ରାଲିର ଆୟୋଜନ କରାଜାଇଥିଲା।
ଏହି ରାଲିରେ ସମୁହ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍ଥାନିୟ ଜଗନ୍ନାଥ ମନ୍ଦିର ପାଖରୁ ବାହାରି ହାତରେ ବିଭିନ୍ନ ପ୍ରକାରର ପ୍ଲାଗ୍ କାଡ୍ ଧରି ବ୍ଲକ ଶିକ୍ଷା ଅଧିକାରିଙ୍କ କାର୍ଯ୍ୟାଳୟରେ ପହଁଚି ଦାବି ପତ୍ର ପ୍ରଦାନ କରିଥିଲେ।ଦାବି ପତ୍ର ପ୍ରଦାନ ସମୟରେ ବନ୍ଧୁଗାଁ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ,ଉପ ସଭାପତି ,ସାଧାରଣ ସମ୍ପାଦକ ,ସାଂଗଠନିକ ସମ୍ପାଦକ ଙ୍କ ସମେତ ସଂଘର ସମସ୍ତ କର୍ମକର୍ତା ଓ ବ୍ଲକର ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ସମସ୍ତ ବର୍ଗର ସତାଧିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।ଦାବିଗୁଡିକ ମଧ୍ୟରେ ଠିକା ନିଯୁକ୍ତି ଉଚ୍ଛେଦ, କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା, ଶିକ୍ଷାକର୍ମି ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳ କୁ ନୋସନାଲ ଇଂକ୍ରିମେଣ୍ଟ ପ୍ରଦାନ, ଏକ୍ସ କେଡରଙ୍କୁ କେଡରଭୂକ୍ତ କରିବା, କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା,ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ପ୍ରଦାନ ଭଳି ଅନେକ ଦାବି ଉଲେଖ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ