Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଶିକ୍ଷକ ସଂଘ ର ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦାବିପତ୍ର…8ମାସ ହେଲା ଦାବି ପୂରଣ ହୋଇ ପାରିଲା ନାହିଁ….ଦାବି ପୂରଣ ନହେଲେ ଅଗଷ୍ଟ 16ରୁ  ସମୂହ ଛୁଟି ରେ ଯିବାକୁ ଶିକ୍ଷକ ଙ୍କ ଚେତାବନୀ…

ଲକ୍ଷ୍ମୀପୁର.୦୫।୦୮..କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ରେ ଆଜି ନିଖିଳ ଉତ୍କଳ ଶିକ୍ଷକ ଫେଡେରେସନ୍ ଡାକରାରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ  ସେମାନଙ୍କ ର ବିଭିନ୍ନ ଦାବି ନେଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ସ୍ଥାନୀୟ ବ୍ଲକ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର ବେହେରା ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି… ସ୍ଥାନୀୟ ରାମ ମନ୍ଦିର ରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଭିନ୍ନ ପ୍ରକାର ପ୍ଲାୟ କାର୍ଡ ଗୁଡିକ ଧରି ନିରବ ରେ ରାଲି ମାଧ୍ୟମ ରେ ଆସି ବ୍ଲକ ଶିକ୍ଷା ଧିକାରୀ ଙ୍କ କାର୍ଯ୍ୟାଳୟ ରେ ପହଂଚିଥିଲେ… ସେଠାରେ ବିଇଓ ଙ୍କ  ସହ ଆଲୋଚନା କରିବା ପରେ ଦାବିପତ୍ର ପ୍ରଦାନ କରିଥିଲେ…ଗତ 2022 ନଭେମ୍ବର 16ତାରିଖ ରେ ନିଖିଳଉତ୍କଳ ପ୍ରାଥମିକ ଶିକ୍ଷକସଙ୍ଘ ର ଲକ୍ଷାଧିକ ଶିକ୍ଷକ ମାନଙ୍କ ତରଫରୁ ସେମାନଙ୍କର କିଛି ଦାବି କୁ ନେଇଁ ଭୁବନେଶ୍ୱର ରେ ଆନ୍ଦୋଳନ କରାଯାଇଥିଲା , ଏ ନେଇଁ ସେତେବେଳ ର ମୁଖ୍ୟ ଶାସନ ସଚିବ ପତ୍ର ସଂଖ୍ୟା 109/,30.11.2022ଅନୁଯାୟୀ କିଛି ଦାବି ଗୁଡିକ ପୂରଣ କରିବା ସକାଶେ ପ୍ରତିଶୃତି ଦେଇଥିଲେ,, ବର୍ତ୍ତମାନ ୮ ମାସ ପୂର୍ତ୍ତି ହୋଇ ଥିଲେ ସୁଧା ସେମାନଙ୍କର ଗୋଟିଏ ହେଲେ ଦାବି ପୂରଣ କରାଯାଇ ନାହିଁ,ତେଣୁ ତୁରନ୍ତ ସେମାନଙ୍କ ଦାବି ଗୁଡିକ ପୂରଣ କରାଯାଉ,ନହେଲେ ଚଳିତ ମାସ 16 ତାରିଖରୁ ସମସ୍ତ ଶିକ୍ଷକ ସମୂହ ଛୁଟି ରେ ଯିବାକୁ ଚେତାବନୀ ଦିଆଯାଇଛି,.. ଦାବି ଗୁଡିକ ମଧ୍ୟରେ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା, କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ କରିବା, ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳୋନ କରିବା,ଗଣ ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ ଭଳି ଦାବି କରାଯାଇଥିଲା।ଦାବି ପତ୍ର ପ୍ରଦାନ ସମୟରେ ଲକ୍ଷ୍ମୀପୁର ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦୟାନିଧି ଗରଡା,ଉପ ସଭାପତି ନିରଞ୍ଜନ ନାୟକ,ସାଧାରଣ ସମ୍ପାଦକ ତ୍ରୀନାଥ ମହାପାତ୍ର,ସାଂଗଠନିକ ସମ୍ପାଦକ ବଳରାମ୍ କନ୍ଦପାନଙ୍କ ସମେତ ସଂଘର ସମସ୍ତ କର୍ମକର୍ତା ଓ ବ୍ଲକର ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ସମସ୍ତ ବର୍ଗର ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ  ଉପସ୍ଥିତ ଥିଲେ।