Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ଆର୍ମି ଏୟାର ଡିଫେନ୍ସ କଲେଜ ପରିସରରେ ଅଗ୍ନିବୀର ସୈନିକ ଙ୍କ ପ୍ରଥମ ବ୍ୟାଚ ର ପାସିଂ ଆଉଟ୍ ପ୍ୟାରେଡ ଅନୁଷ୍ଠିତ।

ଗୋପାଳପୁର,୦୫/୦୮ ଗୋପାଳପୁରର ଆର୍ମି ଏୟାର ଡିଫେନ୍ସ ସେଣ୍ଟର ପରିସରରେ ପ୍ରଥମ ବ୍ୟାଚ ଅଗ୍ନିବୀର ସୈନିକ ଙ୍କ ‘ପାସ୍ ଆଉଟ୍ ପ୍ୟାରେଡ୍’ ଆୟୋଜିତ ହୋଇଥିଲା। ଆର୍ମି ଏୟାର ଡିଫେନ୍ସ ଅଗ୍ନିବୀର ପ୍ରଥମ ବ୍ୟାଚ୍ ର ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତ ଜାନୁଆରୀ ୨ ତାରିଖରୁ ଦେଶର ୪୪ ଟି ଟ୍ରେନିଂ ସେଣ୍ଟରରେ ଭାରତୀୟ ସେନା ପାଇଁ ଚୟନ ହୋଇଥିବା ୬୪୧ ଅଗ୍ନିବୀର ମାନଙ୍କ ର ଏକ କାଳୀନ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗତ ୩୧ ସପ୍ତାହ ମଧ୍ୟରେ ଅଗ୍ନିବୀର ମାନଙ୍କୁ ୧୦ ସପ୍ତାହ ମୌଳିକ ଶିକ୍ଷା ଦିଆଯାଇଥିଲା। ୨୧ ସପ୍ତାହ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ବିଭାଗ ଏବଂ ଯନ୍ତ୍ରପାତି ଭିତ୍ତିକ ଦକ୍ଷତା ତାଲିମ ସହ ସାମରିକ ତାଲିମ ପ୍ରଦାନ କରାଯାଇଥିଲା ।ପାସ ଆଉଟ୍ ପ୍ୟାରେଡ ପରେ ସମସ୍ତ ଅଗ୍ନିବୀର ମାନେ ନିଜ ନିଜ ୟୁନିଟରେ ସକ୍ରିୟ ଡ୍ୟୁଟିରେ ଯୋଗଦେବେ |ଗୋପାଳପୁର ଆର୍ମି ଏୟାର ଡିଫେନ୍ସ ସେଣ୍ଟର ପରିସରରେ ଥିବା ଡ୍ରିଲ ଗ୍ରାଉଣ୍ଡରେ ଆୟୋଜିତ ପାରମ୍ପାରିକ ସମାରୋହରେ ଆର୍ମି ଏୟାର ଡିଫେନ୍ସ କଲେଜର କମାଣ୍ଡାଣ୍ଟ ତଥା ସେନା ବାୟୁ ପ୍ରତିରକ୍ଷା ବିଭାଗର ସିନିୟର କର୍ଣ୍ଣେଲ କମାଣ୍ଡାଣ୍ଟ ଙ୍କ ପକ୍ଷରୁ ଅଗ୍ନିବୀର ମାନଙ୍କ ଅଭିବାଦନ ଗ୍ରହଣ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଅଗ୍ନିବୀର ନିର୍ଦ୍ଦେଶକ ତଥା ସିଭିଲ୍ ମାନ୍ୟଗଣ୍ୟ ବ୍ୟକ୍ତି, ଭାରତୀୟ ନୌସେନା ସେନାର ଅଧିକାରୀ, ଇଣ୍ଡିଆନ୍ କୋଷ୍ଟଗାର୍ଡର ଅଧିକାରୀ ଏବଂ ଅଗ୍ନିବୀର ଙ୍କ ପିତାମାତା ମଧ୍ ଉପସ୍ଥିତ ରହିଥିଲେ। ଏହି ଅବସରରେ ସର୍ବଶ୍ରେଷ୍ଠ ସାମଗ୍ରିକ ଅଗ୍ନିବୀର ଙ୍କୁ ପୁରସ୍କୃତ କରାଯିବା ଆଠ ଜଣ ଅଗ୍ନିବୀର ଙ୍କୁ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ପଦକ ପ୍ରଦାନ କରାଯାଇଥିଲା।ଏହି ଐତିହାସିକ ସାମଗ୍ରିକ ନିଯୁକ୍ତି ପ୍ରକ୍ରିୟା ଏକ ନୂତନ ଯୁଗକୁ ଚିହ୍ନିତ କରିଛି ଯାହା ଗତ ବର୍ଷ ଭାରତ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ଅଗ୍ନିପଥ ଯୋଜନା ଏକ ନିଆରା ଏବଂ ନୂତନ ରୂପ ଦିଆଯାଇଛି ଏବଂ ଏହି ନିର୍ଦ୍ଦିଷ୍ଟ ବ୍ୟାଚ୍ ସେନା ବାୟୁ ପ୍ରତିରକ୍ଷା ବିଭାଗରେ ଗର୍ବର ସହିତ କାମ କରି ସ୍ମରଣୀୟ ହୋଇ ରହିବ।ଏହି ମୁହୂର୍ତ୍ତକୁ କୁ ସ୍ମରଣୀୟ କରିବା ପାଇଁ ପାଇଁ, ପାସ୍ ଆଉଟ୍ ପ୍ୟାରେଡ କୁ ପ୍ରଥମ ଥର ପାଇଁ ସୂର୍ଯ୍ୟ ଅସ୍ତ ପରେ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories