Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ବାଳକ ଛାତ୍ରାବାସ ରେ ରୁମ ନଂ ମିଳିବା ଘଟଣା।ଛାତ୍ର ଙ୍କ ପକ୍ଷରୁ ଓଡ଼ିଶା ମାନବାଧିକାର କମିଶନଙ୍କ ଦ୍ବାରସ୍ଥ।

ଗୋପାଳପୁର,୦୫/୦୮ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ସ୍ନାତକୋତ୍ତର ଏମ ବି ଏ (ଟୁରିଜିମ ଏବଂ ଟ୍ରାଭଲ ମ୍ୟାନେଜମେଣ୍ଟ )୨ୟ ବର୍ଷ ରେ ଅଧ୍ୟୟନରତ ଛାତ୍ରଙ୍କୁ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ପକ୍ଷରୁ ହଷ୍ଟେଲ ରେ ରୁମ ପ୍ରଦାନ ରେ ଟାଳଟୁଳ ନୀତି ଅବଲମ୍ବନ କରିବା ସହ ମାନସିକ ଭାବେ ହଇରାଣ କରିବା ନେଇ ଦୁର୍ଗା ମାଧବ ପ୍ରଧାନ ଙ୍କ ପକ୍ଷରୁ ଓଡ଼ିଶା ମାନବାଧିକାର କମିଶନ ଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡିଛି। ଶ୍ରୀ ପ୍ରଧାନ ଙ୍କ ଅଭିଯୋଗ କ୍ରମେ ତାଙ୍କ ଘର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଠାରୁ ୭୦ କିମି ଦୂର ବମକୋଇ ପଞ୍ଚାୟତ ଅଧିନସ୍ଥ ମଦନମୋହନ ପୁର ରେ ହୋଇଥିବା ବେଳେ ତାଙ୍କୁ ପ୍ରତିଦିନ ଗାଁ ରୁ ଯିବା ଆସିବାରେ ଅଧିକ ଖର୍ଚ୍ଚାନ୍ତ ହେବା ସହ ବାହାରେ ରହିଲେ ଅଧିକ ଖର୍ଚ୍ଚାନ୍ତ ହେଉଥିବା ପ୍ରକାଶ କରିଛନ୍ତି। ଯାହାକୁ ନେଇ ସେ ଗତ ଜୁଲାଇ ମାସରେ ହଷ୍ଟେଲ ରେ ରୁମ ପ୍ରଦାନ ନିମନ୍ତେ ନିଜ‌‌ ବିଭାଗୀୟ ମୁଖ୍ୟ ଙ୍କ ଜରିଆରେ ହଷ୍ଟେଲ ଓ୍ବାର୍ଡନେ ଙ୍କ ସମେତ ପିଜି କାଉନସିଲ ଅଧ୍ୟକ୍ଷ ଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ହଷ୍ଟେଲ ରେ ରୁମ ଖାଲି ନଥିବା ସହ ଆବେଦନ କରିବାର ୨୦ ଦିନ ପରେ ଶ୍ରୀ ପ୍ରଧାନ ଙ୍କୁ ଅବଗତ କରାଯାଇଥିଲା।ଏହା ଜଣାପଡ଼ିବା ପରେ ଶ୍ରୀ ପ୍ରଧାନ ନିଜର ଅଭିଯୋଗ ନେଇ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ଙ୍କୁ ସାକ୍ଷାତ କରି ନିଜର ଅସୁବିଧା ଜଣାଇବାକୁ ଚାହିଁଥିଲେ ସୁଦ୍ଧା କୁଳପତି ଶ୍ରୀ ପ୍ରଧାନଙ୍କୁ ସାକ୍ଷାତ କରିବାକୁ ମନା କରିଦେଇଥିଲେ ଏବଂ ପିଅନ ମାଧ୍ୟମ ରେ ହଷ୍ଟେଲ ଓ୍ବାର୍ଡନେ ଯାହା ନିଷ୍ପତ୍ତି ନେଇଛନ୍ତି ତାହା ହିଁ ଫାଇନାଲ ବୋଲି ଛାତ୍ର ଶ୍ରୀ ପ୍ରଧାନ କୁହା ଯାଇଥିଲା।ଏହି ଘଟଣା ପରେ ଶ୍ରୀ ପ୍ରଧାନ ବାଧ୍ୟ ହୋଇ ଓଡ଼ିଶା ମାନବାଧିକାର କମିଶନ ଙ୍କ ନିକଟରେ ନିଜର ଅଭିଯୋଗ ଦାଖଲ କରିଥିଲେ। ଓଡ଼ିଶା ମାନବାଧିକାର କମିଶନ ଙ୍କ ପକ୍ଷରୁ ଏହା ନେଇ ଗତ ୪ ତାରିଖରେ ୩୧୫/୨୩ ରେ ଅଭିଯୋଗକୁ ଗ୍ରହଣ କରିଥିବା ଜଣାପଡିଛି।ଘଟଣା ନେଇ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଶୁଶାନ୍ତ କୁମାର ବରାଳ ଙ୍କ ସହଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ବାଳକ ହଷ୍ଟେଲ ରେ କୌଣସି ରୁମ ଖାଲି ନଥିବା ଯୋଗୁଁ ଛାତ୍ର ପ୍ରଧାନଙ୍କୁ ରୁମ ଦେଇ ହେଲା ନାହିଁ ବୋଲି ମତପୋଷଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories