Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରଥମ ପର୍ଯ୍ୟାୟ ପିଜି ଆଡମିସନ।ନାମ ଲେଖାଇଲେ ୨୮୦ ଛାତ୍ର ଛାତ୍ରୀ ।

ଗୋପାଳପୁର ୬/୮ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷ ୨୦୨୩ ନିମନ୍ତେ ପିଜିର ପ୍ରଥମ ପର୍ଯ୍ୟାୟ ର ନାମ ଲେଖା ଶେଷ ହୋଇଛି l ପ୍ରଥମ ପର୍ଯ୍ୟାୟ ର ନାମ ଲେଖା ୩୧ ତାରିଖ ଠାରୁ ଚଳିତ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା l ପ୍ରଥମ ପର୍ଯ୍ୟାୟର ଶେଷ ଦିନ ସୁଦ୍ଧା ବିଭିନ୍ନ ବିଭାଗରେ ୨୮୦ ଜଣ ଛାତ୍ର ଛାତ୍ରୀ ନିଜର ନାମ ଲେଖାଇଥିବା ଏମାନଙ୍କ ମଧ୍ୟରେ ବେଳେ ଛାତ୍ରୀ ୧୬୪ ଓ ଛାତ୍ର ୧୧୬ ଜଣ ନାମ ଲେଖାଇଛନ୍ତି। ବିଶ୍ବବିଦ୍ୟାଳୟ ପିଜି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାଇଓ ଟେକ୍ନୋଲୋଜି ରେ ୯ ଜଣ ଛାତ୍ର ଛାତ୍ରୀ,ଉଦ୍ଭିଦ ବିଜ୍ଞାନରେ ୧୮,ଏମ୍ ବି ଏ ୧୦,ରସାୟନ ବିଜ୍ଞାନ ୧୧, ବାଣିଜ୍ୟ ୧୯,ଏମ୍ ସି ଏ ୧,ଅର୍ଥନୀତି ୧୩, ଇଲୋକ୍ଟ୍ରୋନିକସ୍ ସାଇନ୍ସ ୮,ଇଂରାଜୀ ୧୯,ପରିବେଶ ଶିକ୍ଷା ୬,ଇତିହାସ ୧୭,ଗୃହ ବିଜ୍ଞାନ ୯,ଆଇ ଆର୍ ଏଣ୍ଡ ପି ଏମ୍ ୧୪, ସାମ୍ବାଦିକ ଗଣ ଯୋଗାଯୋଗ ୯, ଏଲ ଏଲ ଏମ୍ ୧୦,ଲାଇବ୍ରେରି ଏଣ୍ଡ ଇନଫର୍ମେସନ୍ ୭,ଲିଙ୍ଗୁଷ୍ଟିକ ୪, ମେରାଇନ ବାଇଓଲୋଜି ୫,ଓସିଓନୋ ଗ୍ରାଫି ୫,ଗଣିତ ୧୨, ଟୁରିଜୀମ ଟ୍ରlଭେଲ ମେନେଜମେଣ୍ଟ୍ ୪,ଓଡ଼ିଆ ୨୧,ପଦାର୍ଥ ବିଜ୍ଞାନ ୧୩,ରାଜନୀତି ବିଜ୍ଞାନ ୧୨,ପ୍ରାଣୀ ବିଜ୍ଞାନ ୧୭,ସେଲଫ ପାଇନଶୀଙ୍ଗ ପାଠ୍ୟକ୍ରମ ରେ ଏମ୍ ବି ଏ ଫାଇନାନ୍ସିଆଲ୍ ମେନେଜମେଣ୍ଟ ୩, ପବ୍ଲିକ ଆଡମିଷ୍ଟ୍ରେଶନ ୨, ସୋସିଓଲୋଜି ୨ ଜଣ ଛାତ୍ର ଛାତ୍ରୀ ନାମ ଲେଖାଇଥିବା ବେଳେ ନାରୀ ଗବେଷଣା ଶିକ୍ଷା ରେ ଜଣେ ହେଲେ ନାମ ଲେଖାଇ ନ ଥିବା ଜଣାପଡିଛି। ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ୬ ଟି ପର୍ଯ୍ୟାୟ ରେ ଆଡ଼ମିଶନ ଚାଲିବ ବୋଲି ପିଜି କାଉନସିଲ ଅଧକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ସୂଚନା ଦେଇଛନ୍ତି l ପ୍ରଥମ ପର୍ଯ୍ୟାୟ ନାମ ଲେଖା ପରେ ବିଶ୍ବବିଦ୍ୟାଳୟ ରେ ଥିବା ୧୦୪୦ ସିଟ୍ ମଧ୍ୟରୁ କେବଳ ୨୮୦ ସିଟ୍ ପୂରଣ ହୋଇ ପାରିଛି । ଆସନ୍ତା ଅଗଷ୍ଟ ୨୧ ରୁ ପ୍ରଥମ ବର୍ଷ ବିଦ୍ୟାର୍ଥୀ ଙ୍କ ପାଠପଢ଼ା ଆରମ୍ଭ ହେବା ସହ ଚତୁର୍ଥ ପର୍ଯ୍ୟାୟ ନାମଲେଖା ଆସନ୍ତା ସେପ୍ଟେମ୍ବର ୪ ରେ ହେବ ବୋଲି ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories