Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାମଚନ୍ଦ୍ର ପୁର ଠାରେ ଚାଲିଥିବା ଜୁଆ ଆଡ୍ଡା ଚାଡାଉ ,୪ ଗିରଫ।

ଗୋପାଳପୁର ୬/୮ ଗୋପାଳପୁର ଥାନା ଅଧିକାରୀ ଵିବେକା ନନ୍ଦ ସ୍ବାଇଁ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ଅଞ୍ଚଳରେ ପେଟ୍ରୋଲିଙ୍ଗ କଡାକଡି କରାଯିବା ସହ ଆଇନ ଶୃଙ୍ଖଳା ପ୍ରତି ଅଧିକ ଗୁରୁତ୍ବ ଦେଇଛନ୍ତି। ଆଜି ସଂଧ୍ୟାରେ ଥାନା ଅଧିକାରୀ ଙ୍କ ନେତୃତ୍ୱରେ ଏକ ଟିମ୍ ରାମଚନ୍ଦ୍ରପୂର୍ ସ୍ଥିତ ଚଣ୍ଡି ମନ୍ଦିର ନିକଟରେ ଗତ କିଛି ମାସ ଧରି ଚାଲିଥିବା ଏକ ବଡ ଧରଣ ର ଜୁଆ ଖେଳ ଚାଲୁଥିବା କୌଣସି ସୂତ୍ରରୁ ଖବର ପାଇ ସେଠାରେ ଚଢ଼ାଉ କରିଥିଲେ।ସେଠାରୁ ୨ ଟି ତାସ କାଟା,୧ ପାଲ,୪ ଟି ମୋବାଇଲ,୧୦ ହଜାର ୫୦୦ ଟଙ୍କା ସହ ୪ ଜଣ ଙ୍କୁ ଗିରଫ କରିଛନ୍ତି। ଗିରଫ ମାନେ ହେଲେ ସନ୍ତୋଷ ନାହାକ, ବାଳ କୃଷ୍ଣ ସାହୁ,ବି.ଉମା ଶଙ୍କର ରେଡ଼ି ଓ ନାଗେସ ରେଡ଼ି ବୋଲି ବୋଲି ଜଣା ପଡିଛି ଏ ନେଇ ପୁଲିସ୍ କେସ ନଂ ୨୭୯/୨୩ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଵିବେକାନନ୍ଦ ସ୍ବାଇଁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ କିଛି ମାସ ହେଲା ଖଜୁରିଆ ଓ ଫୁଲଟି ଅଞ୍ଚଳ ସମେତ ସ୍ଥାନୀୟ କେତେକ ଯୁବକ ରୀତିମତ ଭାବରେ ଏକ ଆଡ୍ଡା ଚଲାଇ ଆସୁଥିଲେ।ଏହି ଜୁଆ ଆଡ୍ଡା ଚଳାଉଥିବା ବ୍ୟକ୍ତି ମାନେ ଆଡ୍ଡା ରୁ ଆଦାୟ ହେଉଥିବା ଅର୍ଥ ରାଶିରୁ କେତେକ ଙ୍କୁ ମଧ୍ୟ ବାଣ୍ଟିଥିବା ମଧ୍ୟ ଜଣାପଡିଛି।ଜୁଆ ଆଡ୍ଡା ଚଳାଉଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯିବା ବୋଲି ଆଇଆଇସି ବିବେକାନନ୍ଦ ସ୍ବାଇଁ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories