Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶିତଳଷଷ୍ଠୀ ଯାତ୍ରା କମିଟିକୁ କନ୍ଯାପକ୍ଷ ଶିବାଜୀ କ୍ଳବର ନିର୍ଣ୍ଣାୟକ ପତ୍ର ପ୍ରଦାନ

ବରପାଲି : ବରପାଲି ମହାନ ପୌରାଣିକ ଶୀତଳଷଷ୍ଠୀ ଯାତ୍ରା ମହୋତ୍ସବ କମିଟିକୁ କନ୍ଯାପକ୍ଷରୁ ସ୍ବିକାରୋକ୍ତି ପ୍ରଦାନ ପର୍ବ ସମ୍ପର୍ଣ୍ଣ ହୋଇଯାଇଛି। ଆସନ୍ତା ୨୦୨୪ ବର୍ଷ ଶିବ ବିବାହ ଉତ୍ସବର ହୀମାଦ୍ରୀ ନଗର ଭାବରେ ଶିବାଜୀ କ୍ଲବକୁ ପୁର୍ବରୁ ଯାତ୍ରାକମିଟି ପକ୍ଷରୁ ନିର୍ଣ୍ଣୟ କରାଯାଇଥିଲା। ରବିବାର ପୁର୍ବାହ୍ନରେ କନ୍ୟା ପିତାମାତା ଭାବରେ ମନୋନିତ ଶିବାଜୀ କ୍ଲବର ପରମେଶ୍ଵର ମେହେର ଓ ନୀର ମେହେରଙ୍କୁ ଦାୟିତ୍ବଭାର ଅର୍ପଣ ପାଇଁ କନ୍ଯାପକ୍ଷରୁ ସାଦ୍ଧାନ୍ତ ନିଆଯାଇଥିଲା। ଆସନ୍ତା ଶ୍ରାବଣ ଚତୁର୍ଦ୍ଦଶୀ ୨୯ ତାରିଖ ମଙ୍ଗଳବାର ଶୀତଳ ଷଷ୍ଠୀ କମିଟି ପକ୍ଷରୁ ବିଧିବଦ୍ଧ ଭାବରେ ଘୋଷଣା ସହ ସ୍ବିକାରୋକ୍ତି ପତ୍ର ପ୍ରଦାନ କରାଯିବ। ଏହି ପରିପେକ୍ଷିରେ ଶିବାଜୀ କ୍ଲବର ଶୈବ ଭକ୍ତବୃନ୍ଦଙ୍କ ଏକ ପ୍ରତିନିଧି ଦଳ ଶୀତଳ ଷଷ୍ଠୀ ଯାତ୍ରା କମିଟିକୁ ଲିଖିତ ଭାବେ ନିଜର ଚୂଡାନ୍ତ ନିଷ୍ପତ୍ତି କମିଟିକୁ ଅର୍ପଣ କରିଥିଲେ। ଏହି ଅବସରରେ ଶୀତଳ ଷଷ୍ଠୀ ଯାତ୍ରା କମିଟି ସଭାପତି ଆନନ୍ଦ ବାବୁ,ସଂପାଦକ ଜୟନ୍ତ ତ୍ରୀପାଠୀ, କୋଷାଧ୍ୟକ୍ଷ ବିକ୍ରମ ସାହୁ ଓ ଭଣ୍ଡାର ଗୃହ ମୁଖ୍ଯ ଜଟିଆ ଶତପଥୀ ଶିବାଜୀ କ୍ଲବର ଚୂଡାନ୍ତ ପ୍ରସ୍ତାବିତ ପତ୍ର ଗ୍ରହଣ କରିଥିଲେ। ଶିବାଜୀ କ୍ଲବ ସଭାପତି ବିଜୁ ମେହେର, ସୁରେନ୍ଦ୍ର ମେହେର, ବିଷ୍ଣୁ ମେହେର, ମହାଦେବ ମେହେର, ଡୁଲା ମେହେର, ହାଡୁ ମେହେର, ରୋହିତ ମେହେର, ଗୋବିନ୍ଦା ମେହେର, ଭାରତ ମେହେର, ଦୀନ ମେହେର, ଶୁଭମ୍ ମେହେର, ବାବଲୁ ମେହେର, ଧର୍ମରାଜ ସିଂ ବରିହା ପ୍ରମୁଖ ଉପସ୍ଥିତ ରହିଥିଲେ ।