Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲିଟିଲ ଏଞ୍ଚେଲସ ପବ୍ଲିକ ସ୍କୁଲ ୨୩ତମ ପ୍ରତିଷ୍ଠାତ୍ସବ

ବରପାଲି:ବରପାଲି ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ପରିସରରେ ୨୩ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ତରାକନା ଅପଗ୍ରେଡେଡ଼ ହାଇସ୍କୁଲ ପ୍ରଧାନ ଶିକ୍ଷକ ଡ. ମନୋଜ କୁମାର ସାହୁ ଓ ମୁଖ୍ୟ ବକ୍ତା ଭାବେ ଏସ ଆର ଭି ଏମ ରାୟଗଡ଼ ଅଧ୍ୟକ୍ଷ ଟୁନା ବିଶ୍ଵାଳ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ମାଧ୍ଯମରେ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ବିଦ୍ୟାଳୟ ପ୍ରିଫେକ୍ଟ ଆଶିଷ ମଟାରୀ ଉପସ୍ଥିତ ଅତିଥି ଓ ଦର୍ଶକ ମାନଙ୍କୁ ସ୍ଵାଗତ ଜଣାଇଲା ପରେ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସୁନିତା ମୁଣ୍ଡଙ୍କ ସଭାପତିତ୍ଵରେ ସଭାଜ୍ଞ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ସଭାରେ ବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ମିନତି ପ୍ରଧାନ ସ୍ଵାଗତ ଜଣାଇଥିବା ବେଳେ ବିଦ୍ୟାଳୟ ଅଧ୍ୟକ୍ଷା ମଧୁସ୍ମିତା ମୁଣ୍ଡ ତାଙ୍କ ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟର ଉପାଧ୍ୟକ୍ଷ ସୁଶିଳ କୁମାର ରଥ ମଞ୍ଚାସୀନ ହୋଇଥିଲେ। ଛାତ୍ରୀ ପାୟଲ ଆଡବାଙ୍କ ଓ ଛାତ୍ର ସାହିଲ ଦାଶଙ୍କ ସଂଯୋଜନାରେ ସଭାକାର୍ଯ୍ଯ ସଂଚାଳିତ ହୋଇଥିଲା। ସମାରୋହରେ ଅତିଥି ମାନଙ୍କ ଦ୍ୱାରା କେକ୍ କଟାଯିବା ସହ ୨୩ତମ ସ୍ଥାପନା ଦିବସ ପାଳିତ ହୋଇଥିଲା। ପରିଚାଳନା ନିର୍ଦ୍ଦେଶିକା ସୁନିତା ମୁଣ୍ତଙ୍କ ଅଭିଭାଷଣ ପରେ ମୁଖ୍ୟଅତିଥି ଡ. ସାହୁ ପିଲାମାନଙ୍କୁ ପରିବେଶ ସନ୍ତୁଳନ ଦିଗରେ ଗଭିର ଚିନ୍ତାଶିଳ ଭାବ ନେଇ ଆମ ସମସ୍ତଙ୍କୁ ସୁରକ୍ଷା କବଚ ସାଜିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ବିଶ୍ଵାଳ ଶିକ୍ଷା ଓ ଶିକ୍ଷାୟତନ ସମ୍ପର୍କକୁ ନେଇ ତାର ଦାୟିତ୍ଵବୋଧ ସମ୍ବନ୍ଧରେ ଆଲୋଚନା କରିଥିଲେ । ଅଭିନନ୍ଦନ ଉତ୍ସବରେ ଗତବର୍ଷ ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀଛାତ୍ର ତଥା ନିଟ, ଜେଇଇ, ଆଇଜାର, ପରୀକ୍ଷାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରୀଛାତ୍ର ଅଙ୍କିତା ପ୍ରିୟଦର୍ଶିନୀ ପ୍ରଧାନ, ଏମ ସାଇ କ୍ରିଷ୍ଣା, ଲୁମ୍ବିନା ମେହେର, ବୀର ବିବେକ ମିଶ୍ରଙ୍କୁ ଅତିଥି ମାନଙ୍କ ଦ୍ବାରା ସମ୍ୱର୍ଦ୍ଧିତ କରିଥିଲେ। ଏହି ଅବସରରେ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତି ମୁଣ୍ତ ଅତିଥି ମାନଙ୍କୁ ସ୍ମାରକ ଉପହାର ପ୍ରଦାନ କରିଥିଲେ । ପରେ ଛାତ୍ରୀ ଆଦ୍ୟାଶା ପଣ୍ଡା ଓ ଛାତ୍ର ବିକାଶ ପଣ୍ଡାଙ୍କ ସଂଯୋଜନାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା। ସଂଗିତ, ନୃତ୍ୟ, ନାଟକ “ତୁମର ବାଗିର ପିଲାଟେ ” ମଞ୍ଚସ୍ଥ ହୋଇଥିଲା । ପ୍ରତିଷ୍ଠାନ ଅର୍ନ୍ତଗତ ସମସ୍ତ କ୍ଳବର ଛାତ୍ରଛାତ୍ରି ମାନଙ୍କୁ ନେଇ ଜ୍ଞାନ ଓ ବିଜ୍ଞାନ ଭିତ୍ତିକ ପଦର୍ଶନୀ ଆୟୋଜିତ ହୋଇଥିଲା। ପଦର୍ଶନୀରେ କଳା, ଇକୋ,ବିଜ୍ଞାନ,ଗଣିତ କୁଇଜ୍‌ ପ୍ରଭୁତି ଭିନ୍ନଭିନ୍ନ ଶୈଳିର ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ମାନ ସ୍ଥାନ ପାଇଥିଲା। ପରିଚାଳନାରେ ପରିଚାଳନା କମିଟି ସହିତ ଅନୁଷ୍ଠାନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମକୁ ସହାୟତା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ