Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ଯାର୍ଥି କେନ୍ର୍ଦରେ ମାନବିୟ ବିକାଶର ପ୍ରଶିକ୍ଷଣ

ବରପାଲି:ବରପାଲି ବ୍ଲକ କଦଲିପାଲି ଯୋଗବିଦ୍ୟା ଓ ପ୍ରଯୁକ୍ତି ବିଦ୍ୟା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ସର୍ଗିପାଲି ବିଦ୍ଯା ପ୍ରଶିକ୍ଷଣ କେନ୍ର୍ଦ ପରିସରରେ କାର୍ଯ୍ଯକ୍ରମଟି ପରିଚାଳିତ ହୋଇଥିଲା। ଶିବିରରେ ମାନବିୟ ତତ୍ବ ସହ ମାନଶିକ ବିକାଶ,ଭୌତିକ ଜ୍ଞାନ, କ୍ରିୟାଶିଳ ତତ୍ବକୁ ନେଇ ଆଲୋଚନା ମାଧ୍ଯମରେ ବହୁମୂଲ୍ଯ ଜ୍ଞାନ ଓ ବିଜ୍ଞାନ ରୂପି ବୌଦ୍ଧିକତାକୁ ନେଇ ବିତରଣ କରାଯାଇଥିଲା । ପ୍ରତ୍ୟେକ ମଣିଷ ଜୀବନ ଚକ୍ରକୁ ଭେଦ କଲା ସମୟରେ ଭୌତିକ ଜ୍ଞାନ, ମାର୍ଗଦର୍ଶନ,ମାନଶିକ ଗଠନ,ଉଚିତ ପଥ ନିର୍ଦ୍ଧାରଣ,ସମୁଚିତ ଶିକ୍ଷା, ମାନବିୟ ବିକାଶକୁ ନେଇ କଦଲୀପାଲୀ ଯୋଗ ବିଜ୍ଞାନ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଚାର୍ଯ୍ୟ ଶେଷଦେବ ବେହେରା ପ୍ରଶିକ୍ଷଣ ଦେଇଥିଲେ।ଶିବିରରେ ୯୦ଜଣ ଛାତ୍ରଛାତ୍ରୀ ଜ୍ଞାନ ଆହାରଣ କରିଥିବା ବେଳେ ବିଦ୍ଯା ପ୍ରଶିକ୍ଷଣ କେନ୍ର୍ଦ ପରିଚାଳକ ପ୍ରେମାନନ୍ଦ ବାରିକ ଓ ଅନ୍ତର୍ଯ୍ୟାମୀ ସାହୁଙ୍କ ସହ ସହକର୍ମି ମାନେ ସହାୟତା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ