କୋର୍ଟ ରେ ଖାରଜ ହେଲା ଲକ୍ଷ୍ମୀପୁର ଅଧ୍ୟକ୍ଷା ଙ୍କ ବିରୋଧରେ ହୋଇଥିବା ନିର୍ବାଚନୀ ମାମଲା….ଆବଶ୍ୟକ ପ୍ରମାଣ ଦେଇ ପାରିନ ପାରିବାରୁ ଖାରଜ…


ଲକ୍ଷ୍ମୀପୁର 08.08 . ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷା ଶୁଆଇ କୁଲେସିକା ଙ୍କ ନାମରେ ହୋଇଥିବା ନିର୍ବାଚନ ଅନିୟମିତତା ଓ ମିଥ୍ୟା ସତ୍ୟ ପାଠ କୁ ମାନ୍ୟବର ବରିଷ୍ଠ ଦେୱାନି ବିଚାରପତି ତଥା ସହକାରୀ ଦୌରାଜର୍ଜ ଙ୍କ ଦ୍ୱାରା ନାକଚ ହୋଇଥିବା ଓ ଏଥିରେ ସେ ବିଜୟୀ ହୋଇଥିବା ନେଇଁ ତାଙ୍କ ଓକିଲ ପ୍ରକାଶ କରିଛନ୍ତି,,2022 ପଂଚାୟତ ନିର୍ବାଚନ ସମୟରେ ଗୌଡ଼ଗୁଡା ସମିତିସଭ୍ୟା ପାର୍ବତୀ ହିକକା ବର୍ତମାନ ର ଅଧ୍ୟକ୍ଷା ଶୁଆଇ କୁଲେସିକା ଙ୍କ ବିରୋଧରେ  କୋର୍ଟ ରେ ମାମଲା ରୁଜୁ କରିଥିଲେ…ବ୍ଲକ ଅଧ୍ୟକ୍ଷା  ଶୁଆଇ କୁଲେସିକାଙ୍କ ଚାରି ଗୋଟି ସନ୍ତାନ ଥିବା , ନିର୍ବାଚନ ରେ ଅନିୟମିତତା ହୋଇଥିବା, ଭୋଟ ପୁନଃ ଗଣତି କରିବା,ଅଧ୍ୟକ୍ଷା ପଦବୀ କୁ ଅସିଦ୍ଧ ଘୋଷଣା କରିବା,ଇଲେକ୍ସନ କମିଶନ ଙ୍କୁ ପୁନଃ ଇଲେକ୍ସନ ସକାଶେ ନିର୍ଦେଶ ଦେବା, ଏପରିକି ପାର୍ବତୀ ଙ୍କୁ ଅଧ୍ୟକ୍ଷା ଘୋଷଣା କରିବା ନେଇଁ ମାମଲା ଦାୟର କରିଥିଲେ,ଏନେଇ 5/2022ରେ ମାମଲା କରାଯାଇଥିଲା…
ପୁନଃ ଓଡ଼ିଆପେଣ୍ଠ ଗ୍ରାମ ପଂଚାୟତ ର ପରାଜିତ ସମିତି ସଭ୍ୟ ପ୍ରାର୍ଥୀ ରାଜେନ୍ଦ୍ର ନାଚିକା ମଧ୍ୟ ଅଧ୍ୟକ୍ଷା ଙ୍କ ନାମରେ ଇଲେକ୍ସନ ଅନିୟମିତତା ନେଇଁ ଏକ ମାମଲା କରିଥିଲେ… ତାଙ୍କ ଅଭିଯୋଗ ଅନୁଯାୟୀ  ମଧ୍ୟ ଅଧ୍ୟକ୍ଷା ଙ୍କ ୪ ଟି ସନ୍ତାନ ଥିବା ଯୋଗୁଁ ଓଡ଼ିଆପେଣ୍ଠ ର ସମିତି ସଭ୍ୟ ନିର୍ବାଚନ କୁ ଅସିଦ୍ଧ ଘୋଷଣା କରିବା ସହ ରାଜେନ୍ଦ୍ର ଙ୍କୁ ସମିତି ସଭ୍ୟ ଭାବେ ଘୋଷଣା କରାଯାଉ ବୋଲି ମାମଲା ଦାୟର କରିଥିଲେ, ଏନେଇ  3/2022 ଗ୍ରାମ ପଂଚାୟତ ସମିତି ଧାରା 45(ଏକେ )(ବି )ରେ ମାମଲା ରୁଜୁ ହୋଇଥିଲା… ଦୀର୍ଘ ଦେଢ଼ ବର୍ଷ ପରେ ଏହି ମାମଲା ବିଚାର ହୋଇଥିବା ବେଳେ ଆବଶ୍ୟକ କାଗଜ ପତ୍ର କୋର୍ଟ ରେ ପ୍ରଦାନ କରାଯାଇ ନଥିବା ଓ ନିର୍ବାଚନ ରେ କୌଣସି ଅନିୟମିତତା ହୋଇନଥିବା ଦର୍ଶାୟୀ ମାମଲା ଖାରଜ ହେବାସହ ଶୁଆଇ ଙ୍କୁ ବିଜୟୀ ଘୋଷଣା କରାଯାଇଥିବା ତାଙ୍କ ଓକିଲ କୋମଳ ଖୁରା ପ୍ରକାଶ କରିଛନ୍ତି .. ଏନେଇ ଅଧ୍ୟକ୍ଷା ଓ ତାଙ୍କ ସ୍ୱାମୀ ତଥା ବିଜେଡ଼ି ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର କୁଲେସିକା ଏକ ସାମ୍ବାଦିକ ସମିଳନୀ କରି ଧର୍ମ ର ବିଜୟୀ ହୋଇଛି ବୋଲି କହିଛନ୍ତି,, ଶୁଆଇ କହିଛନ୍ତି  କି ମିଥ୍ୟା ରେ ତାଙ୍କ ନାଁରେ ମାମଲା କରାଯାଇଥିଲା, ତାଙ୍କର କେବଳ 2ଟି ପୁଅ ହିଁ ଥିବା  ସାମ୍ବାଦିକ ସମ୍ମିଳନି ରେ ସ୍ପଷ୍ଟି କରଣ ଦେଇଥିଲେ… ଅନ୍ୟପକ୍ଷରେ କୈଳାସ କହିଛନ୍ତି କି ବିଜେଡି ଦଳ ର ଲୋକେ ହିଁ ତାଙ୍କୁ ହରାଇବା ସକାଶେ ସାକ୍ଷୀ ଦେବାକୁ  କୋର୍ଟ କୁ ଯାଇଥିଲେ, ଦଳରେ ରହି ଦଳ ଭିତରେ ଏମିତି କାର୍ଯ୍ୟ ଠିକ ହଉ ନାହିଁ ଯାହାକି ତାଙ୍କ ହାଇକୋମାଣ୍ଡ ଙ୍କୁ ଜଣାଇ ଥିବା ପ୍ରକାଶ କରିଛନ୍ତି….