Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାୟକଙ୍କ ଦ୍ଵାରା କୁଚପାର ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ… ଡ଼ିଏମଏଫ ଫଣ୍ଡସ ର 2କୋଟି ରେ 4କିମି ରାସ୍ତା ତିଆରି କରାଯିବ….

ଲକ୍ଷ୍ମୀପୁର.୦୮।୦୮ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ କୁସୁମଗୁଡା ପଞ୍ଚାୟତର କୁଚପାର ଗ୍ରାମବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହେବାକୁ ଯାଉଛି।ଗ୍ରାମବାସୀ ବହୁ ଦିନ ଧରି ରାସ୍ତା ସମସ୍ୟାକୁ ନେଇ ଚିନ୍ତାରେ ପଡ଼ିଥିବା ବେଳେ ଆଜି
କୁସୁମଗୁଡା ନିକଟ ଜାତୀୟ ରାଜପଥ ଠାରୁ ଫୁଳଯୋଡ଼ି ପର୍ଯ୍ୟନ୍ତ ୪ କିଲୋମଟର ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ ଯୋଗ ଦେଇ ଏହାର ଶୁଭ ଉଦ୍ଘାଟନ କରିଛନ୍ତି।ଏହି ରାସ୍ତାଟି ଜିଲ୍ଲା ଖଣି ଉନୟନ ପାଣ୍ଠିରୁ ହେଉଥିବା ବେଳେ ଏହାର ଦାଇତ୍ଵ ଗ୍ରାମ୍ୟ ଉନୟନ ବିଭାଗ ନେଇଛି।ଏହାର ଅଟକଳ ମୂଲ୍ୟ ୨କୋଟି ଏକ ଲକ୍ଷ ରହିଥିବା ଜଣାପଡିଛି।ଏହି ରାସ୍ତାଟି ନିର୍ମାଣ ହେଲେ କୁଚପାର ଓ ଫୁଲଯୋଡି ଗ୍ରାମରେ ରହୁଥିବା ପ୍ରାୟ ୧୫୦ ଘର ପରିବାର ଉପକୃତ ହେବେ ବୋଲି ବିଭାଗ ତରଫରୁ ସୂଚନା ମିଳିଛି।ଏନେଇ ଅନେକ ସମୟରେ ଦୁଇଟି ଗ୍ରାମର ଶତାଧିକ ଲୋକେ ଜନ ପ୍ରତିନିଧିଙ୍କଠୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଆସୁଥିଲେ।ବର୍ତ୍ତମାନ ସେମାନଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହେବାକୁ ଯାଉଥିବାରୁ ଗ୍ରାମବାସୀ ମାନେ ଖୁସି ବ୍ୟକ୍ତ କରିଛନ୍ତି।ଆଜି ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ଅଧ୍ୟକ୍ଷା ଶୁଆଇ କୁଲେଶିକା,ପୂର୍ବତନ ସାଂସଦ ଝିନ ହିକକା,କୌଶଲ୍ୟା ହିକକା, ଏସଡିଓ ସୁନିଲ କୁମାର ଦାସ,ଲକ୍ଷ୍ମୀପୁର କନିଷ୍ଠ ଯନ୍ତ୍ରୀ ରମେଶ ନାୟକ,ବନ୍ଧୁଗାଁ କନିଷ୍ଠ ଯନ୍ତ୍ରୀ ରଞ୍ଜିତ ବେହେରା ଓ କୁସୁମ୍ ଗୁଡା ସରପଞ୍ଚ ଈନ୍ଦ୍ର ପଞ୍ଜିଆଙ୍କ ସମେତ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ