Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର:ବିଶ୍ବ ଆଦିବାସି ଦିବସ ପାଳିତଆଦିବାସୀ ସଂସ୍କୃତି କୁ ବଜାୟ ରଖିବାକୁ ଆହ୍ୱାନ…

ଲକ୍ଷ୍ମୀପୁର ୦୯.୦୮ .କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଆଦିବାସି ପ୍ରଗତିବାଦୀ ସମାଜ ତରଫରୁ ବିଶ୍ବ ଆଦିବାସି ଦିବସ ବଡ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇ ଜାଇଛି।ପ୍ରତ୍ୟେକ ବର୍ଷ ବିଶ୍ବ ଆଦିବାସି ଦିବସ ଜିଲ୍ଲା ସଦର ମହକୁମା ପାଳନ କରାଯାଇ ସିମିତ ହୋଇ ରହି ଜାଉଥିଲା, ବ୍ଲକ ର ଦୁର୍ଗମ ଦୁର୍ଗମ ଅଞ୍ଚଳରେ ବସ ବାସ କରୁଥିବା ଆଦିବାସି ଲୋକେ ଏହି ଦିବସ ବିଷୟରେ କିଛି ଜାଣି ପାରୁନଥିବାରୁ ଗତ ବର୍ଷ  ଠାରୁ ବ୍ଲକ ସ୍ତର ରେ ପାଳନ କରାଜାଉଛି।ଏହି ଦିବସ ଆଦିବାସିଙ୍କ ଜୀବନର ସବୁଠୁ ବଡ ଦିବସ ହୋଇ ଥିବାରୁ ଲକ୍ଷ୍ମୀପୁର,ଦଶମନ୍ତପୁର,
ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ବସବାସ କରୁଥିବା ଶହ ଶହ ଆଦିବାସି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଆଦିବାସି ପ୍ରଗତିବାଦି ସମାଜର ସଭାପତି ଝିନ ହିକକାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ  ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା,ଏସଡିସି ଜିଲ୍ଲା ଅଧ୍ୟକ୍ଷ ଚନ୍ଦ୍ର ଶେଖର ମାଝୀ,ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷା ସୁଆଇ କୁଲେସିକା,ନାରାୟଣପାଟଣା ବ୍ଲକ ଅଧ୍ୟକ୍ଷ ଗୋଲାଦି ତ୍ରିନାଥ , ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, ଜିଲ୍ଲା ପରିଷଦ ସଭ୍ୟା ପିଙ୍କି ହିମେରିକା,ବିଜେଡ଼ି ସାଧାରଣ ସମ୍ପାଦକ କୈଳାସ କୁଲେସିକା ସମେତ ନାରାୟଣପାଟଣା ଲକ୍ଷ୍ମୀପୁର ଓ ବନ୍ଧୁଗାଁ ବ୍ଲକ ର ସରପଞ୍ଚ ସମିତିସଭ୍ୟ ଓ ନିର୍ବାଚିତ ଅନେକ ଲୋକ ପ୍ରତିନିଧି ଯୋଗ ଦେଇଥିଲେ।ଏହି ଦିବସ ଉପଲକ୍ଷେ  ଆଦିବାସି ସମାଜ ତରଫରୁ ଏକ ବିରାଟ ରାଲିର ଆୟୋଜନ କରାଜାଇଥିଲା।ସ୍ଥାନିୟ ରେଲଓ୍ବେ ଛକ ଠାରୁ ପାରମ୍ପାରିକ ବାଦ୍ୟର ତାଳେତାଳେ ଢେମ୍ସା ନାଚ ନାଚି ଲକ୍ଷ୍ମୀପୁର ବଜାର ମଝିରେ ଥିବା ଆମ୍ବେଦକରଙ୍କ ପ୍ରତିମୃତି ପୁଷ୍ପମାଲ୍ୟ ଅର୍ପଣ କରିଯିବା ପରେ ବ୍ଲକ ପଡିଆରେ ଏକ ସାଧାରଣ ସଭା ଅନୁଷ୍ଠିତ କରାଯାଇଥିଲା।ଶିକ୍ଷିତ ହେବା ,ନ୍ୟାର୍ଯ୍ୟ ଦାବି ସକାଶେ ସଂଗଠନ ହେବା ଓ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ ହେବା ହିଁ ବିଶ୍ବ ଆଦିବାସି ଦିବସ ପାଳନ କରାଯିବାର ମୁଖ୍ୟ ଉଦେଶ୍ୟ ବୋଲି ନିମନ୍ତ୍ରିତ ଅତିଥି ମାନେ ପ୍ରକାଶ କରିଥିଲେ।ଆଦିବାସୀ ଙ୍କ ଜାତି,ଭାଷା ଓ ସଂସ୍କୃତି ସକାଶେ ସଂଗ୍ରାମ କରୁଥିବା ବିନୋଦ ମାଣ୍ଡିଙ୍ଗା ଙ୍କୁ ଆଦିବାସୀ ପ୍ରଗତିବାଦୀ ସମାଜ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା,ଲକ୍ଷ୍ମୀପୁର ବ୍ଲକର ଖଜୁରିପୁଟ ସମେତ ମିନାପାଇ, ସାଙ୍ଗନା ହାଇସ୍କୁଲ ଓ ବିଭିନ୍ନ ବିଦ୍ୟାଳୟର ହଷ୍ଟେଲ୍ ଛାତ୍ରୀ ମାନେ ଢେମସା ନୃତ୍ୟ ପରିବେଷଣ କରିଥିଲେ। …. କାର୍ଯ୍ୟକାରୀ ସଭାପତି ଆପାରାଓ ୱାଡେକା, ସମ୍ପାଦକ ରାଧେଶ୍ୟାମ ଜାନି,ଶଙ୍କର ସାଉଁତା, ଇସାକ ୱାଡେକା,ମୋହନ ହିକକା, ପୂର୍ଣ୍ଣ ମୁସ୍କା, ଜାକିନ ହୁଇକା, ଉଦୟ ହିକକା ସହ କିଛି ସ୍ତାନିୟ ଲୋକପ୍ରତିନିଧି ,ଓ ଯୁବକ ଭାଇଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବିଜେଡି ଜିଲ୍ଲା ସଭାପତି ଝିନ ହିକକା ମଞ୍ଚ ପରିଚାଳନା କରିଥିବା ବେଳେ ଏକ ନିଆରା ଢଙ୍ଗରେ ଆଦିବାସି ଦିବସ ପାଳନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ