Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ମୁଖ୍ୟ ଚୟନକର୍ତ୍ତାଙ୍କ ଦୃଢୋକ୍ତି- ମୋର ୧୦୦ ପ୍ରତିଶତ ବିଶ୍ଵାସ, ସୂର୍ଯ୍ୟକୁମାର ଖେଳିବେ ବିଶ୍ଵକପ୍

ଭୁବନେଶ୍ୱର: ଭାରତର ଦିନିକିଆ ବିଶ୍ଵକପ୍ ଦଳରେ ଏ ପର୍ଯ୍ୟନ୍ତ ସୂର୍ଯ୍ୟକୁମାର ଯାଦବଙ୍କ ନାମ ଚୂଡ଼ାନ୍ତ ହୋଇ ନାହିଁ। ମାତ୍ର ଦଳର ପୂର୍ବତନ ଚୟନକର୍ତ୍ତା ଏମଏସକେ ପ୍ରସାଦ କହିଛନ୍ତି ଯେ, ସୂର୍ଯ୍ୟକୁମାରଙ୍କୁ ୨୦୨୩ ବିଶ୍ଵକପ୍ ପାଇଁ ଦଳରେ ଚୟନ କରାଯିବ। ହୋଇପାରେ ସୂର୍ଯ୍ୟ ଟି-୨୦ରେ ସର୍ବଶ୍ରେଷ୍ଠ ବ୍ୟାଟର। କିନ୍ତୁ ସେ ଏହି ପ୍ରଦର୍ଶନକୁ ଦିନିକିଆରେ ଦୋହରାଇ ପାରି ନାହାନ୍ତି। ତେଣୁ ଦିନିକିଆରେ ତାଙ୍କ ସ୍ଥାନ ସନ୍ଦେହ ଘେରରେ ରହିଛି। କିନ୍ତୁ ପୂର୍ବତନ ଚୟନକର୍ତ୍ତାଙ୍କ ମତରେ ସେ ୧୦୦ ପ୍ରତିଶତ ଆଶାବାଦୀ ଯେ, ସୂର‌୍ୟ୍ୟଙ୍କୁ ବିଶ୍ଵକପ୍ ପାଇଁ ଦଳରେ ଚୟନ କରାଯିବ।

ସେ କହିଛନ୍ତି, ଯଦି କୌଣସି ବ୍ୟାଟର ଟି-୨୦ରେ ନମ୍ବର ଓ୍ଵାନ ବ୍ୟାଟର, ତେବେ ଏହାର ଅର୍ଥ ତାଙ୍କ ନିକଟରେ କୌଣସି ବିଶେଷ ପ୍ରତିଭା ରହିଛି। ଆମେ ତାଙ୍କୁ ଟି-୨୦ ଅନ୍ତର୍ଜାତୀୟରେ ଯେଉଁଭଳି ଭାରତ ପକ୍ଷରୁ ଖେଳିଛନ୍ତି ସେଥିରେ ତାଙ୍କର କ୍ଷମତା ପ୍ରଦର୍ଶିତ ହେଉଛି।

ସେ ଏହା ମଧ୍ୟ ସ୍ଵୀକାର କରିଛନ୍ତି ଯେ, ଦିନିକିଆରେ ସୂର୍ଯ୍ୟଙ୍କ ସ୍ଥାନ ସୁନିଶ୍ଚିତ ନୁହେଁ। ମୋତେ ଲାଗୁଛି ତାଙ୍କୁ ଏ ପର୍ଯ୍ୟନ୍ତ ଦିନିକିଆରେ ନିଜର ଭୂମିକା ମିଳିନାହିଁ। ଯେଉଁଦିନ ସେ ନିଜ ଭୂମିକାକୁ ବୁଝି ପାରିବେ ଏବଂ ସେହି ହିସାବରେ ଖେଳିବେ, ତେବେ ତାଙ୍କୁ ବିଶ୍ଵକପ୍ ପାଇଁ ଭାରତୀୟ ଦଳରେ ନିଶ୍ଚୟ ଚୟନ ହେବେ। ଆଉ ସେ ବଡ଼ ମ୍ୟାଚ୍ ବିଜେତା ଓ ସର୍ବଶ୍ରେଷ୍ଠ ଫିନିସର ହୋଇ ପାରିବେ ବୋଲି ପୂର୍ବତନ ମୁଖ୍ୟ ଚୟନକର୍ତ୍ତା କହିଛନ୍ତି। ସେ ଖୁସି ପ୍ରକାଶ କରିଛନ୍ତି ଯେ ସୂର‌୍ୟ୍ୟଙ୍କୁ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ ନିକଟରୁ ସବୁଜ ସଙ୍କେତ ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ