Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ବିଜେଡ଼ି ନେତାଙ୍କ ଦେହାନ୍ତ

ନାରାୟଣ ପାଟଣା.୧୧।୦୮।୨୩ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ବରିଷ୍ଠ ବିଜେଡି ନେତା ଦିବାକର ତୁରୁକ ଆଉ ନାହାନ୍ତି।ହଠାତ୍ ତାଙ୍କର ଆକସ୍ମିକ ମୃତ୍ୟୁ ଘଟିଛି ।ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲ୍ ରେ ଭର୍ତି କରିଥିଲେ ।କିନ୍ତୁ ଡ଼ାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଛନ୍ତି।ତାଙ୍କ ବିୟୋଗରେ ପରିବାର ଲୋକେ ପୁରା ଦୁଃଖରେ ଭାଙ୍ଗି ପଡିଛନ୍ତି।ସିଏ ଜଣେ ମେଳାପି ,ପରୋପକାରୀ ଶାନ୍ତ ସରଳ ମିଷ୍ଟା ଭାବେ ବ୍ଲକରେ ପରିଚିତ ଥିଲେ।ଏଇ ଖବର ପାଇ ବିଜେଡ଼ି ଜିଲ୍ଲା ସଭାପତି ଝିନ ହିକକା,ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କ ସମେତ ବହୁ ସଂଖ୍ୟାରେ ବିଜେଡ଼ି କର୍ମୀ ଓ ସମ୍ପର୍କୀୟ ମାନେ ଆଜି ତାଙ୍କର ଶେଷ ଦର୍ଶନ କରି ପରିବାର ଲୋକଙ୍କୁ ସମବେଦନା ଜଣାଇ ସ୍ବର୍ଗତ ଦିବାକର ତୁରୁକଙ୍କ ଅମର ଆତ୍ମାର ଶଦଗତୀ କାମନା କରି ଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ