Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ରେ ଭୋଟର ସଚେତନତା କାଯ୍ୟକ୍ରମ

ବେଲଗୁଣ୍ଠା, 12/08, ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଅଧ୍ୟାପକ ଡ.ଗୁରୁମୂର୍ତ୍ତୀ ନାୟକଙ୍କ ଭୋଟର୍ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ତହସିଲଦାର ମନୋଜ ପ୍ରଭାକର କୁଜୁର୍ ଙ୍କ ସମେତ ବିଏଲ୍ଓ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଭାସ୍କର ଗୌଡ଼,ଅଶୋକ କୁମାର ପ୍ରଧାନ, ଅଶୋକ କୁମାର ସ୍ୱାଇଁ, ଅଜୟ କୁମାର ବିଶ୍ୱାଳ,ସପନ କୁମାର ପ୍ରଧାନ,ରଞ୍ଜିତ୍ କୁମାର ବିଶ୍ୱାଳ, ବିଶ୍ୱରଞ୍ଜନ ସ୍ଵାଇଁ, ପିଙ୍କି ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ I ଏହି ଅବସରରେ ଭୋଟର୍ ଙ୍କ ପ୍ରତ୍ୟେକ ଭୋଟର ମୂଲ୍ୟ ଅମୂଲ୍ୟ ବୋଲି ପ୍ରକାଶ କରିବା ସହିତ ଅଠର ବର୍ଷରୁ ଊର୍ଦ୍ଧ୍ଵ ପ୍ରତ୍ୟେକ ନାଗରିକଙ୍କ ପାଇଁ ଭୋଟର୍ ପଞ୍ଜୀକରଣ ନିତାନ୍ତ ଆବଶ୍ୟକ ରହିଛି ବୋଲି ବୁଝାଇଥିଲେ ମୁଖ୍ୟ ଅତିଥି I ଏହା ସହିତ ଭୋଟର୍ ମାନେ ନିଜ ନିଜର ମୋବାଇଲ୍ ମାଧ୍ୟମରେ କିପରି ନାମ ପଞ୍ଜୀକରଣ କରିପାରିବେ ବୁଝାଇବା ସହିତ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ରୀ ଚିନ୍ମୟୀ ନାୟକଙ୍କ ମୋବାଇଲ୍ ମାଧ୍ୟମରେ ଚିନ୍ମୟୀଙ୍କ ନାମ ପଞ୍ଜୀକରଣ କରାଇଥିଲେ ବିଏଲ୍ଓ ପୂର୍ଣ୍ଣଚନ୍ଦ୍ର ମହାନ୍ତି I କାର୍ଯ୍ୟକ୍ରମରେ 150 ଋ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ସମେତ ସାମ୍ବାଦିକ ଶିବରାମ ଚୌଧୂରୀ ଯୋଗଦେଇଥିଲେ I ଅଧ୍ୟାପକ ସପନ କୁମାର ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ