Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋରାପୁଟ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ , ଲକ୍ଷ୍ମୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ସଫଳତା

କୋରାପୁଟ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ , ଲକ୍ଷ୍ମୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ସଫଳତା
ଲକ୍ଷ୍ମୀପୂର 12.09 କୋରାପୁଟ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସୁନାବେଡା ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସଙ୍କୁଳ ବର୍ଗ ର ୧୩ ଟି ଶିଶୁ ବିଦ୍ୟା ମନ୍ଦିରର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଲକ୍ଷ୍ମୀପୁରର ବିଜ୍ଞାନ ପ୍ରକଳ୍ପରେ ଶିଶୁ ବର୍ଗର ପର୍ଯ୍ୟବରଣ ସ୍ୱଚ୍ଛତା ରେ ଚୈତନ୍ୟ କୁମାର ସାହୁ ତୃତୀୟ, ଯାତାୟତରେ ସାଧନା ରେ ଜୟକୃଷ୍ଣ ସାହୁ ତୃତୀୟ, ପ୍ରାକୃତିକ ବିପର୍ଯ୍ୟୟ ରେ ଇଶାନ୍ତ କୁମାର ଜେନା ତୃତୀୟ ଓ ନୂତନ ପ୍ରୟୋଗ ନମୂନା ରେ ସ୍ନିତିରାଣୀ ଖରା ଦ୍ଵିତୀୟ ସ୍ଥାନ ଅଧିକାର କରି ବିଦ୍ୟାମନ୍ଦିର ର ଗୌରବ ବଢାଇଛନ୍ତି।ଏହି ସଫଳତା ପରେ ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପାଣିଗ୍ରାହୀ ଙ୍କ ସମେତ ଗୁରୁମା ଗୁରୁଜି ଖୁସି ବ୍ୟକ୍ତ କରିଛନ୍ତି…

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ