Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗେଇଲୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ଗଠିତ।

ଗୋପାଳପୁର,୧୩/୦୮ ଗୋଳନ୍ଥରା ସ୍ଥିତ କାଳି ମନ୍ଦିର ପରିସରରେ ଆଜି ରଙ୍ଗେଇଲୁଣ୍ଡା ଓ ଗୋପାଳପୁର ରେ‌ କାର୍ଯ୍ୟରତ ବିଭିନ୍ନ ଖବରକାଗଜ ର ସାମ୍ବାଦିକ ଏକ ବୈଠକ ଟୁଟୁ ମହାପାତ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ଉପସ୍ଥିତ ରହି ସାମ୍ବାଦିକ ମାନେ ସମାଜର ହିତ ସାଧନ ନିମନ୍ତେ ଆଗେଇ ଆସିବାକୁ ମତପୋଷଣ କରିଥିଲେ।ଏହି ଅବସରରେ ରଙ୍ଗେଇଲୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ଗଠନ କରାଯିବା ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏଥିରେ ସର୍ବସମ୍ମତିକ୍ରମେ ସଭାପତି ଭାବେ ରାଜିବ ଲୋଚନ ମିଶ୍ର ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ଦିଲ୍ଲିପ କୁମାର ସାହୁ,ସମ୍ପାଦକ ଭାବେ ମୁନା ପଟ୍ଟନାୟକ, ସହ ସମ୍ପାଦକ ଭାବେ ଟୁଟୁ ମହାପାତ୍ର , କୋଷାଧ୍ୟକ୍ଷ ଭାବେ ନବୀନ ରାଜ ଆଚାରୀ, ଉପଦେଷ୍ଟା ଭାବେ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ ପ୍ରମୁଖ ମନୋନୀତ ହୋଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅନିଲ ପଟ୍ଟନାୟକ,ଜି . ନରସିଂହ ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ। ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଙ୍କୁ ଅନୁଗୋଳ ଜିଲ୍ଲା କୁ ବଦଳି ହୋଇଥିବା ନେଇ ଆଦେଶ ବାହାରିଥିବା ରୁ ଶ୍ରୀ ମହନ୍ତ ଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ