Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ପକ୍ଷରୁ କାଳିଆମ୍ବା ନାଳ ଓ ପୁଟ ବନ୍ଧ ହିଡରେ ବୃକ୍ଷରୋପଣ

ବେଲଗୁଣ୍ଠା,13/08, ଆଜି ଅପରାହ୍ଣ ତିନି ଘଣ୍ଟା ସମୟରେ ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଏବଂ ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦ ପକ୍ଷରୁ କାଳିଆମ୍ବା ନାଳ ଏବଂ ଗୋବରା ପୁଟବନ୍ଧ ପୋଖରୀ ହିଡ଼ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ସାଂଗଠନିକ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୁବ ସମାଜସେବୀ ସରୋଜ କୁମାର ସ୍ୱାଇଁ ଯୋଗ ଦେଇ ବୃକ୍ଷରୋପଣ କରିବା ସହ ଗଛ ଗୁଡ଼ିକ ବଞ୍ଚିବା ଦିଗରେ ଗୁରୁତ୍ୱ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ମାନଙ୍କ ଭିତରେ ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦ ସଭାପତି ପଞ୍ଚାନନ ନାୟକ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଯୁବ ଆଇନଜୀବୀ ସନ୍ତୋଷ କୁମାର ସ୍ୱାଇଁ, ପୂର୍ବତନ ୱାର୍ଡସଭ୍ୟ ଭଗବାନ ବେହେରା, ଅଗ୍ରଣୀ କୃଷକ ଶଙ୍କର ବେହେରା, ଯୁବ ବିଜେଡ଼ି ନେତା ବଳରାମ ଗୌଡ଼, ଅବସରପ୍ରାପ୍ତ ବିଦ୍ୟୁତ୍ ଅଧିକାରୀ ରତ୍ନାକର ପଣ୍ଡା, ବିଶିଷ୍ଟ ସାହିତ୍ୟିକ ଧନୁ ଗୌଡ଼, ଗୋବରା ଗ୍ରାମ୍ୟ କମିଟି ସଦସ୍ୟ ରାମ ଚନ୍ଦ୍ର ପାତ୍ର ଯୋଗ ଦେଇଥିବା ବେଳେ ଆଜି କାଳିଆମ୍ବା ନାଳ ଏବଂ ଗୋବରା ପୁଟବନ୍ଧ ପୋଖରୀ ହିଡ଼ରେ ବିଭିନ୍ନ କିସମର 104 ଟି ବୃକ୍ଷରୋପଣ କରାଯାଇଥିଲା I ଏଥିରେ ନିମ୍ବ,କରଞ୍ଜ,ଆମ୍ବଡା,ଦେବଦାରୁ,ଶାଗୁଆନ୍, ବଉଳ, ଅଶୋକ,ଜାମୁକୋଳି ଆଦି କିସମର ଚାରା ରୋପଣ କରାଯାଇଥିଲା I ଆଜି ଲଗାଯାଇଥିବା ଗଛ ଗୁଡ଼ିକ ବଞ୍ଚାଇବା ଦିଗରେ ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦର ସଦସ୍ୟ ମାନେ ପଦକ୍ଷେପ ଗ୍ରହଣ କରିବେ ବୋଲି ସଭାପତି ପଞ୍ଚାନନ ନାୟକ ପ୍ରତିଶ୍ରୁତି ଦେଇଥିଲେ I ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦ ସାହିତ୍ୟ ଘର ସଦସ୍ୟ ଅନାଦି ସ୍ୱାଇଁ, ଲଲାଟ କେଶରୀ ସାହୁ, ପ୍ରହଲ୍ଲାଦ ପାତ୍ର ନିରାକାର ସେଠୀ, ଯୁବ ସ୍ଵେଚ୍ଛାସେବୀ ଜଗନ୍ନାଥ ସ୍ୱାଇଁ, ମାଆ ବୁଢାକେନ୍ଦୁ ଆଞ୍ଚଳିକ ଯୁବ ଛାତ୍ର ସଂସଦର ଉପସଭାପତି ନିଲୁ ପାତ୍ର, ସଦସ୍ୟ ଦୁର୍ଗା ମାଧବ ନାୟକ, ଯୋଗେନ୍ଦ୍ର ସେଠୀ, ବଣ୍ଟି ଗୌଡ, ସମ୍ବାଦିକ ପଞ୍ଚାନନ ସାହୁ, କୃଷ୍ଣଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଚାରା ରୋପଣ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ସମ୍ବାଦ ସାହିତ୍ୟ ଘର ସହସମ୍ପାଦକ ଶିଶିର କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I