Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବ୍ୟବ୍ୟବସ୍ଥା ମଧ୍ୟ ରେ ଟଙ୍କାକିଆ ଚାଉଳ ବିତରଣ କେନ୍ଦ୍ର

ଲକ୍ଷ୍ମୀପୁର ୧୪।୦୮ ଟଙ୍କିକିଆ ଚାଉଳ ନେବା ପାଇଁ ଗରିବ ଖଟିଖିଆ କାଇଁ କେତେ ଦୂରରୁ ଚାଲି ଚାଲି ଆସୁଛନ୍ତି,ହେଲେ ଚାଉଳ ସେଣ୍ଟର୍ କୋଉଠି ପୁନର୍ବାର ହୋଇଛି ତାହା ନଜାଣି ନିରାଶ ହୋଇ ଫେରି ଯାଉଛନ୍ତି।ଏଇ ଭଳି ଘଟଣା ଲକ୍ଷ୍ମୀପୁର ବ୍ଲକ୍ ସଦର ପଞ୍ଚାୟତରେ ଦେଖିବାକୁ ମିଳିଛି।ପଞ୍ଚାୟତର ଲୋକଙ୍କୁ ଚାଉଳ ଦେବା ପାଇଁ ବ୍ଲକ୍ କାର୍ଯ୍ୟାଳୟ ରାସ୍ତାରେ ଥିବା ରାମ ମନ୍ଦିର ସମୁଖରେ ଏକ ସେଣ୍ଟର୍ ଖୋଲା ଯାଇଥିଲା ।ହେଲେ ସେଠାରେ ମୂଷା ଙ୍କ ଉପଦ୍ରବ ପାଇଁ ବର୍ତମାନ ସେଣ୍ଟର୍ ଅନ୍ୟ ସ୍ଥାନରେ ସ୍ଥାନତରିତ କରାଯାଇଛି ।ସେଣ୍ଟର୍ ଟି ଏକ ଗଳି ଭିତରେ ଥିବାରୁ ସେଠାକୁ ଯିବା କଷ୍ଟକର ହେଉଛି। ସେତିକି ନୁହଁ ଲୋକେବି ଉକ୍ତ ଚାଉଳ ବିତରଣ କେନ୍ଦ୍ର କୋଉଠି ଅଛି ତାହା ଜାଣି ପାରୁ ନାହାଁନ୍ତି।ଏଥି ସହ ଚାଉଳ ବାଣ୍ଟିବାକୁ ଯେଉଁ ଏସ୍ଏଚ ଜି ଗୃପକୁ ଦାୟିତ୍ୱ ଦିଆ ଯାଇଛି ସେମାନଙ୍କୁ ମଧ୍ୟ ନୂତନ ସେଣ୍ଟର୍ ରେ ଚାଉଳ ଦେବାକୁ ଅସୁବିଧା ହେଉଥିବା କହିଛନ୍ତି।ଉକ୍ତ ସେଣ୍ଟର୍ ଭିତର ଛାତରୁ ପାଣି ଗଳି ଚାଉଳ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି।ସେଣ୍ଟର୍ ଟି ଯେଉଁ ଭଳି ସ୍ଥାନ ରେ ଅଛି ତାହା ଭଗବାନ ଙ୍କ ଭରଷାରେ ରହିଥିବା କହିଲେ ଅତ୍ୟୁକ୍ତି ହେବନାହିଁ।ରାତି କଥା ଛାଡନ୍ତୁ ଦିନରେ ମଧ୍ୟ ଚୋରି ହେଲେ କେହି ଜାଣି ପାରବେନି।ତେଣୁ ତୁରନ୍ତ ପୁରୁଣା ସେଣ୍ଟର୍ କୁ ମରାମତି କରିବା ସହ ସେଠାରେ ହିଁ ପୁଣି ଥରେ ଚାଉଳ ବିତରଣ କେନ୍ଦ୍ର କରାଗଲେ ସବୁ ସମସ୍ୟା ଦୂର ହେଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ