Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ରେ ଆଞ୍ଚଳିକ କ୍ରିଡ଼ା(ବକ୍ସିଂ) ପ୍ରତିଯୋଗିତା

ଗୋପାଳପୁର,୧୪/୦୮ କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ମିଲିଟାରି ଷ୍ଟେସନ ପରିସରରେ ବିଦ୍ୟାଳୟ ସ୍ତରୀୟ ଆଞ୍ଚଳିକ ବକ୍ସିଂ କ୍ରୀଡା ମହୋତ୍ସବ
ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ର ଅଧ୍ୟକ୍ଷ ଶ ବି.ଏନ୍. ଦାସ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆର୍ମି ଏ ଡି ସେଣ୍ଟର ର କମାଣ୍ଡଣ୍ଟ. ବ୍ରିଗେଡିୟର ଆଇ. ଏସ୍ ପଞ୍ଜରଥ, ଏସ୍. ଏମ୍ ଏବଂ ତାଙ୍କ ସହିତ ଆର୍ମି ମୁଖ୍ୟ ଶିକ୍ଷା ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରତାପ ରଜନିଶ୍ ସିଂହ ଯୋଗ ଦେଇଥିଲେ। ଏବଂ ସମ୍ମାନିତ ଅତିଥି ଭାବେ ଗୋପାଳପୁର କଲେଜ ର ରାଜନୀତି ବିଜ୍ଞାନ ବିଭାଗ ର ମୁଖ୍ୟ ଅଧ୍ୟାପକ ଡ: ରାମଚନ୍ଦ୍ର ଜେନା ଓ ଆର୍ମି ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ପ୍ରଦୀପ କୁମାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ |ଆୟୋଜିତ ପ୍ରତିଯୋଗିତା ରେ ବିଭିନ୍ନ ବିଦ୍ୟାଳୟର ର ୧୮ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ସେଥି ମଧ୍ୟରୁ ୯ ଜଣ ଜାତୀୟ ସ୍ତରର ପ୍ରତିଯୋଗିତା ରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି। ଏହି ପ୍ରତିଯୋଗୀ ଙ୍କ ମଧ୍ୟରୁ ୩ ଜଣ କେ. ଭି ଗୋପାଳପୁର ର ଛାତ୍ର ରହିଥିବା ବିଦ୍ୟାଳୟ ପକ୍ଷରୁ କୁହାଯାଇଛି।କାର୍ଯକ୍ରମ ର ପ୍ରାରମ୍ଭ ରେ ଛାତ୍ରଛାତ୍ରୀ ଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଏବଂ ପଞ୍ଜାବୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ସୁଶ୍ରୀ ସୁଖ କୁମାରୀ ନିଜର ବକ୍ତବ୍ୟ ଦ୍ବାରା ଅତିଥି ମାନଙ୍କୁ ସ୍ବାଗତ କରିଥିଲେ ଏବଂ ବିଦ୍ୟାଳୟ ର ପ୍ରାଚାର୍ୟ ବି ଏନ୍ ଦାସ ନିଜ ବକ୍ତବ୍ୟ ରେ ଅତିଥି ମାନଂକୁ ସମ୍ବର୍ଦ୍ଧନା ଜଣାଇବା ସହ ପ୍ରତିଭାଗୀ ମାନଂକୁ ପ୍ରୋତ୍ସାହିତ କରିଥିଲେ।ମୁଖ୍ୟ ଅତିଥି ଙ୍କ ଦ୍ବାରା ସଙ୍ଗୀତ, ନୃତ୍ୟ ପରିବେଷଣକାରି ଛାତ୍ର ଛାତ୍ରୀ ମାନଂକୁ ପୁରସ୍ଦିକୃତ କରାଯାଇଥିଲା ଏବଂ ଶପଥ ପାଠ ପରେ ମୁଖ୍ୟ ଅତିଥି ଙ୍କ ଦ୍ଵାରା ମ୍ୟାଚ୍ ର ଶୁଭାରମ୍ଭ ହୋଇଥିଲା |ଶ୍ରୀଯୁକ୍ତ ନରେନ୍ଦ୍ର ସିଂହ, ସୁବ୍ରତ କୁମାର ପଣ୍ଡା ଏବଂ ଅନ୍ୟ ଶିକ୍ଷକ ମାନେ ସମନ୍ଵିତ ଭାବରେ ପ୍ରତିଯୋଗିତା ର ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories